Latest Odisha News

ଜାତୀୟ ଶୁଟିଂ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିଲେ ବିଜେପି ଏମଏଲଏ ଶ୍ରେୟାଶି

ପାଟନା: ଜାତୀୟ ଶୁଟିଂ ଚାମ୍ପିୟନଶିପରେ ଜମୁଇର ବିଜେପି ଏମଏଲଏ ଶ୍ରେୟାଶି ସିଂ ଡବଲ ଟ୍ରାପ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ବିହାର ପକ୍ଷରୁ ପ୍ରତିନିଧିତ୍ୱ କରି ସେ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି । ତାଙ୍କର ଏହି ସଫଳତା ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି । ଜେଡିୟୁ ନେତା ଅଶୋକ ଚୌଧୁରୀ, ସଞ୍ଜୟ କୁମାର ଝା ଏବଂ ଚିରାଗ ପାସୱାନ ବିହାର ସମ୍ମାନ ରଖିଥିବାରୁ ଶୁଭକାମନା ଜଣାଇଛନ୍ତି ।

ପୂର୍ବରୁ ଶଗୁନ ଚୌଧୁରୀ ପଞ୍ଜାବର ପଟିୟାଲାରେ ଚାଲିଥିବା ଶୁଟିଂ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିବା ପରେ ଶ୍ରେୟାଶି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ପ୍ରତିଭାବାନ ଶୁଟର ରାଜନୀତି ଏବଂ କ୍ରୀଡାରେ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ବୋଲି ଅନ୍ୟମାନେ କହିଛନ୍ତି ।

Comments are closed.