Latest Odisha News

BREAKING NEWS

କଳିଙ୍ଗା ଘାଟିରେ ଓଲଟିଲା ବସ୍, ୩୦ ଆହତ

କନ୍ଧମାଳ : କନ୍ଧମାଳ ଜି.ଉଦୟଗିରି କଳିଙ୍ଗା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟି ପଡିଛି ଏକ ଟୁରିଷ୍ଟ ବସ୍ । ଦୁର୍ଘଟଣାରେ ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ଜି. ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ପଶ୍ଚିମବଙ୍ଗର ରାଜ୍ୟର ଏକ ପର୍ଯ୍ୟଟକ ବସ୍ ପ୍ରାୟ ୫୦ ରୁ ୬୦ ପର୍ଯ୍ୟଟକଙ୍କୁ ନେଇ କନ୍ଧମାଳ ଦାରିଙ୍ଗବାଡିରୁ ଫେରୁଥିଲା । କିନ୍ତୁ ସନ୍ଧ୍ୟା ସମୟରେ କଳିଙ୍ଗା ଘାଟି ନିକଟ ଅନ୍ଧାରକୋଟ ବୁଲାଣୀ ନିକଟରେ ବସର ବ୍ରେକ ଫେଲ୍ ହୋଇଯିବାରୁ ଡିଭାଇଡରରେ ପିଟି ହୋଇଥିଲା । ଫଲରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ବସରେ ଥିବା ଯାତ୍ରୀ ଭିତରେ ରହି ଯାଇଥିଲେ । ଖବର ପାଇ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀଙ୍କୁ ବସରୁ ଉଦ୍ଧାର କରିଥିଲେ । ସମସ୍ତ ଆହତଙ୍କୁ ଜି. ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Comments are closed.