ମୟୁରଭଞ୍ଜ: ୫ଟି ଯୋଜନାରେ ହେଉଥିବା କାର୍ଯ୍ୟଗୁଡ଼ିକୁ ଟେଣ୍ଡର କରିବା ଦାବି ନେଇ ଭଞ୍ଜସେନାର ବିକ୍ଷୋଭ । ମୟୁରଭଞ୍ଜ ଜିଲ୍ଲା ମଧ୍ୟରେ ୫ଟି ଯୋଜନାରେ ହେଉଥିବା ସ୍କୁଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟଗୁଡ଼ିକୁ ବିନା ଟେଣ୍ଡର ମାଧ୍ୟମରେ କରାଯାଉଛି । ଜେଇ ଏବଂ ବିଜେଡ଼ିର ଠିକାଦାରଙ୍କ ମଧ୍ୟରେ ବଣ୍ଟାଯାଉଥିବା ଅଭିଯୋଗ ଆଣିଛନ୍ତି । ଯାହାଦ୍ୱାରା ଜିଲ୍ଲାରେ ବେରୋଜଗାର ଯୁବକମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି ।
୫ଟି ଯୋଜନାରେ ହେଉଥିବା ସ୍କୁଲଗୁଡ଼ିକର କାର୍ଯ୍ୟଗୁଡ଼ିକୁ ଟେଣ୍ଡର ମାଧ୍ୟମରେ କରିବା । ଯଦି ଟେଣ୍ଡର ବିନା କାର୍ଯ୍ୟ ଦେବାର ନିଷ୍ପତ୍ତି ନିଆଯାଏ ତାହେଲେ କାର୍ଯ୍ୟ ହେଉଥିବା ବ୍ଲକ, ମ୍ୟୁନିସିପାଲଟି, ଏନଏସି ଅଞ୍ଚଳର ଯୁବ ଠିକାଦାରମାନଙ୍କ ମଧ୍ୟରେ ସମାନଭାବେ ବାଣ୍ଟି ଦେବା ଦାବି କରିଛନ୍ତି ।
ଏନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛି ଭଞ୍ଜସେନା । ପ୍ରଶାସନ ଶୀଘ୍ର ଏଥିପ୍ରତି ଦୃଷ୍ଟି ନଦେଲେ ତାହେଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଚେତବାନୀ ଦେଇଛି ଭଞ୍ଜସେନା ।
Comments are closed.