ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଅଭାବନୀୟ ଘଟଣା । ପ୍ରସିଦ୍ଧ ଫୁରଲିଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ ପରିବାର । ଏହି ସମୟରେ ଜଳପ୍ରପାତରେ ଦୁଇ ନାବାଳକ ଖସି ପଡ଼ିଥିଲେ । ପୁଅକୁ ବଞ୍ଚାଇବାକୁ ଯାଇ ବାପା ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିଲେ । ମୃତକ ଜଣକ ଟିଟିଲାଗଡ଼ର ଜିତେନ୍ଦ୍ର କୁମାର ବୋଲି ଜଣାପଡ଼ିଛି ।
ଟିଟିଲାଗଡ଼ର ତିନୋଟି ପରିବାର କଳାହାଣ୍ଡିର ପର୍ଯ୍ୟଟନସ୍ଥଳୀ ଫୁରଲିଝରଣ ପିକନିକ ପାଇଁ ଆସିଥିଲେ । ପାଣି ଭିତରୁ ଜିତେନ୍ଦ୍ରଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣା ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଭବାନୀପାଟଣା ସଦର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
Comments are closed.