Latest Odisha News

ହସ୍ପିଟାଲରେ ଭର୍ତ୍ତି ହେଲେ ସଲ୍‌ମାନ

ମୁମ୍ବାଇ: ସଲମାନ ଖାନ ତାଙ୍କ ପାନଭେଲ ଫାର୍ମ ହାଉସରେ ବିଳମ୍ବିତ ରାତିରେ ସାପ କାମୁଡ଼ାର ଶିକାର ହୋଇଥିବା ସୂଚନା ମିଳିଛି। ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତାଙ୍କୁ ଡାକ୍ତରଖାନାରୁ ମୁକ୍ତ କରାଯିବା ଏକ ଆଶ୍ବସ୍ତିକର ବିଷୟ। ସେ ରବିବାର ସକାଳ ପ୍ରାୟ ୯ଟାରେ ନିଜ ଫାର୍ମ ହାଉସକୁ ଫେରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ସଲମାନଙ୍କ ଫାର୍ମ ହାଉସ ଚାରିପାଖରେ ଅନେକ ଗଛ ରହିଛି ଏବଂ ଏହି ଅଞ୍ଚଳ ପାହାଡ ଦ୍ୱାରା ଘେରି ରହିଛି, ଏହି କାରଣରୁ ଏଭଳି ହୋଇଥିବା ଜଣାପଡ଼ିଛି।

ସଲମାନ ଖାନଙ୍କୁ ମୁମ୍ବାଇର କାମୋଠେସ୍ଥିତ ଏମଜିଏମ ହସ୍ପିଟାଲରେ ଭୋର ୩ ଟାରେ ଭର୍ତ୍ତି କରାଯାଇଥିଲା।

Comments are closed.