Latest Odisha News

BREAKING NEWS

ଆସୁଛି ବାବୁସାନ୍‌ଙ୍କ ‘ଦମନ’, ପୋଷ୍ଟରର ପ୍ରଥମ ଲୁକ୍ ରିଲିଜ

ଭୁବନେଶ୍ୱର: ୨୦୨୧ ସରିଆସୁଥିବା ବେଳେ ଖ୍ରୀଷ୍ଟମାସରେ ନିଜ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି ସୁପରଷ୍ଟାର ବାବୁସାନ୍ । ଖୁବଶୀଘ୍ର ସିନେ ପରଦାକୁ ଆସୁଥିବା ତାଙ୍କର ଏକ ଚଳଚିତ୍ର ପୋଷ୍ଟରର ପ୍ରଥମ ଲୁକ୍ ରିଲିଜ । ଫିଲ୍ମର ନାଁ ହେଉଛି ଦମନ । ଭିନ୍ନ ଓ ନୂତନ ଧରଣର କାହାଣୀ ଥିବା ଓଡିଆ ଚଳଚିତ୍ରକୁ ନେଇ ରଜରେ ନିଜ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି ଚକଲେଟ୍ ହିରୋ ବାବୁସାନ୍ ।

ରଜ ମଉଜରେ ସିନେପ୍ରେମୀ ଦେଖିବେ ବାବୁସାନଙ୍କର ଏହି ନୂଆ ଅବତାର । ତେବେ ଫିଲ୍ମର ପ୍ରଥମ ଲୁକ୍ ବା ପୋଷ୍ଟର ଦର୍ଶକଙ୍କ ସାମ୍ନାରେ ପ୍ରକାଶ କରାଯାଇଛି । ଏହି ଫିଲ୍ମଟି ୨୦୨୨ ରଜରେ ମୁକ୍ତିଲାଭ କରିବାକୁ ଯାଉଛି । ତେବେ ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ଦିପେନ୍ଦ୍ର ସାମଲ ଓ ଯୁବ ନିର୍ଦ୍ଦେଶକ ଭାବେ ପ୍ରସିଦ୍ଧ ବିଶାଲ ମୋର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି ।

ସତ୍ୟ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ପ୍ରଥମଥର ପାଇଁ ଚକ୍‌ଲେଟ୍ ହିରୋ ଏକ ଭିନ୍ନ ଅନ୍ଦାଜରେ ନଜର ଆସୁଛନ୍ତି । ଏକ ଘୋଡା ଉପରେ ବସି ଯାଉଥିବାର ବାବୁସାନ୍‌ଙ୍କ ଫିଲ୍ମର ପୋଷ୍ଟର ଲୁକ୍ ଦେଖିବାକୁ ମିଳିଛି ।

ପ୍ରଥମଥର ପାଇଁ ସେଥିପାଇଁ ପୋଷ୍ଟରଟି ରିଲିଜ ହେବା ପରେ ଦର୍ଶକଙ୍କ ମନରେ ଢେର୍ ଉତ୍ସାହ ଦେଖିବାକୁ ମିଳିଛି । ନିଜ କ୍ୟାରିଅରରେ ଆରମ୍ଭରୁ ଆଜିଯାଏଁ ବାବୁସାନ୍ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ନିଜ ଅଭିନୟ ଯାଦୁରେ ବାନ୍ଧି ରଖିଛନ୍ତି । ତେବେ ଦମନର ଦୁଇ ନିର୍ଦ୍ଦେଶକଙ୍କ ଅନୁସାରେ ଏଥର ଦମନରେ ବାବୁଙ୍କ ଅନ୍ଦାଜ ସବୁ ଚଳଚିତ୍ରଠାରୁ ପୁରା ହଟ୍‌କେ ରହିବ ।

ତାସହ ଓଡିଆ ଫିଲ୍ମ ଜଗତରେ ଏହି ଫିଲ୍ମ ଏକ ନୂଆ ଟ୍ରେଣ୍ଡ ସୃଷ୍ଟି କରିବ ।

Comments are closed.