Latest Odisha News

BREAKING NEWS

ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ନିଲମ୍ବିତ ହେଲେ ବିଜେଡ଼ିରୁ

ଭୁବନେଶ୍ୱର : ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ସୋମବାର ଦିନ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ ବିଜୁ ଜନତା ଦଳରୁ ନିଲମ୍ବିତ କରିଛନ୍ତି । ରବିବାର ଦିନ ନବୀନ ନନ୍ଦଙ୍କ ଗିରଫଦାରୀକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିବା ପରେ ଆଜି ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ।

ଏନେଇ ବିଜେଡ଼ି ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି, ନନ୍ଦଙ୍କୁ ତାଙ୍କ ନିନ୍ଦନୀୟ ଆଚରଣ ସମ୍ପର୍କିତ ତଥ୍ୟ ଆଧାରରେ ଦଳରୁ ନିଲମ୍ବିତ କରାଯାଇଛି ।

କୌଣସି କାର୍ଯ୍ୟରେ କୋଲକାତା ଯାଇଥିବା ସମୟରେ ପ୍ରଥମେ ସେଠାରେ ନିଖୋଜ ହେବା ଏବଂ ପରେ କୋଲକାତା ପୋଲିସ ଦ୍ୱାରା ଗିରଫ ହେବା ଘଟଣାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ତାଙ୍କର ଏହି ବିବାଦୀୟ ଆଚରଣକୁ ଭିତ୍ତି କରି ଦଳରୁ ନିଲମ୍ବନ ହୋଇଥିବା କଥା ବିଜେଡ଼ି ଜାରି କରିଥିବା ପ୍ରେସ ଇସ୍ତାହାରରୁ ଜଣାପଡ଼ିଛି ।

Leave A Reply

Your email address will not be published.