Latest Odisha News

ପୁଣି ରକ୍ତ ରଞ୍ଜିତ ହେଲା ଭୁବନେଶ୍ବର, କେକ୍ ଖାଇବାକୁ ନେଇ ଯୁବକଙ୍କୁ ହତ୍ୟା

ଭୁବନେଶ୍ବର : ପୁଣି ରକ୍ତ ରଞ୍ଜିତ ହେଲା ରାଜଧାନୀ । ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରାମାଡ କରି ହତ୍ୟା । ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଗୁରୁତର ଆହତଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ବର ଗଜପତି ନଗର ନିକଟ ପ୍ରେସ ଛକରେ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତକ ଭୁବନେଶ୍ବର ଉପକଣ୍ଠ ଗାଡକଣ ଅଞ୍ଚଳର ଚିଣ୍ଟୁ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, କେକ୍ ଖାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ପରେ ଉଭୟ ଗୋଷ୍ଠୀ ପରସ୍ପର ଉପରେ ଆକ୍ରମଣ କରିଥିଲେ । ଏହି ସମୟରେ ଛୁରାମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ମାନେ ନୟାପଲ୍ଲୀ ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed, but trackbacks and pingbacks are open.