Latest Odisha News

BREAKING NEWS

ଟିକା ନେଇନଥିଲେ ଦେବେ ମାସିକ ଜୋରିମାନା

ନୂଆଦିଲ୍ଲୀ: ୬୦ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଲାଗି ନୂଆ ନିୟମ। ଟିକା ନନେଲେ ଭରିବେ ଜୋରିମାନା। ସୋମବାର ଠାରୁ ଗ୍ରୀସ୍‌ରେ ଏହି ନିୟମ ଲାଗୁ ହେବାକୁ ଯାଉଛି।

BjdElectrycity

ଶନିବାର ଦିନ ସେ କହିଛନ୍ତି ଯେ ୬୦ ରୁ ଅଧିକ ବୟସ୍କ ଯେଉଁ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ଟିକାକରଣ କରିନାହାଁନ୍ତି, ସେମାନେ ମାସିକ ଫାଇନ୍‌ ଭରିବେ।

ଗ୍ରୀକ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ଅଣ-ଟିକାକରଣ ବ୍ୟକ୍ତିଙ୍କ ପ୍ରତି ଡାକ୍ତରଖାନାରେ ଭର୍ତ୍ତି ହେବାର ବିପଦ ଅଧିକ ରହିଛି। ଗ୍ରୀସରେ ୧୦ ଟି କୋଭିଡ ସମ୍ବନ୍ଧୀୟ ମୃତ୍ୟୁ ମଧ୍ୟରୁ ପ୍ରାୟ ନଅ ଜଣ ୬୦ ରୁ ଅଧିକ ବୟସ୍କ ଲୋକ ରହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗ୍ରୀସରେ ପ୍ରାୟ ୫୨୦,୦୦୦ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣ କରାଯାଇ ନାହିଁ।

Comments are closed, but trackbacks and pingbacks are open.