ଭୁବନେଶ୍ୱର: ମହାଦେବଙ୍କ ପ୍ରିୟ ହେଉଛି ନାଗ ମଣି । ଶିବଲିଙ୍ଗ ୧୮ଫୁଟ ତଳେ ରହିଛି ନାଗମଣି । ଏହି ମଣି ପୁଣି ମହାଦେବଙ୍କର । ଏଠାରେ ଯାହା ମାନସକି କରିବ ତାହା ପୂରଣ ହୋଇଥାଏ । କୁହାଯାଏ ଏହି ମନ୍ଦିରରେ ମହାଦେବ ଓ ମାଆ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଲୋକଙ୍କ ବିଶ୍ୱାସ ରହିଛି ପ୍ରତିବର୍ଷ ମନ୍ଦିରରେ ରହିଥିବା ଶିବ ଲିଙ୍ଗ ବୃଦ୍ଧି ହୋଇଥାଏ ।
ଏ ହେଉଛି ମଧ୍ୟପ୍ରଦେଶର ଖଜୁରାହୋ ମନ୍ଦିର । କେବଳ ଆରାଧନା ନୁହେଁ ଏଠି ଆସ୍ଥା ରହିଛି ଲୋକଙ୍କର ମହାଦେବଙ୍କ ପ୍ରତି । ମନ୍ଦିରରେ ରହିଛି ଅନେକ ଚମତ୍କାର । ଲୋକଙ୍କ ମାନିବା ଅନୁସାରେ ମନ୍ଦିର ଭିତରେ ଜୀବନ୍ତ ଭାବେ ମହାଦେବ ଓ ମାଆ ପାର୍ବତୀ ରହିଛନ୍ତି ।ଏଠାରେ ରହିଛି ମହାଦେବଙ୍କ ମର୍କତ ମଣି । କୁହାଯାଏ ମହାଭାରତ ସମୟର ହେଉଛି ମଣି । ମାତଙ୍ଗ ଋଷିଙ୍କ ଅନୁସାରେ ମତଙ୍ଗେଶ୍ୱର ମହାଦେବ ମନ୍ଦିରର ନାମକରଣ ହୋଇଛି । ମହାଦେବଙ୍କ ମନ୍ଦିରରେ ରହିଛି ୧୮ଫୁଟ ଶିବଲିଙ୍ଗ । ଆଉ ତା ତଳେ ରହିଛି ମଣି । ମୃତ୍ୟୁଞ୍ଜୟ ମହାଦେବ ଜମି ଉପରେ ଯେତିକି ରହିଛି ମାଟି ତଳେ ମଧ୍ୟ ସେତିକି ରହିଛି ଶିବଲିଙ୍ଗ ।ଏହି ମନ୍ଦିରରେ କିଛି ନା କିଛି ଅଲୌକିକ ଘଟଣା ମାନ ଘଟିଚାଲିଛି । ଏମିତିକି ମନ୍ଦିର ଭିତରେ ଥିବା ଶିବଲିଙ୍ଗ ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଖାଲି ସେତିକି ନୁହେଁ ମଣିର ଅଲୌିକକତା ମଧ୍ୟ ସମସ୍ତଙ୍କୁ ବେଶ୍ ଜଣା । ଏଠାରେ ଯାହା ବି ମାନସିକ କରିଲେ ସମସ୍ତ ମାନସିକ ପୂରଣ ହୋବର ରହିଛି ବିଶ୍ୱାସ ।ମନ୍ଦିରରେ ରହିଛି ଅନେକ ଗୁଢ ରହସ୍ୟ । ଏହି ରହସ୍ୟ ଜାଣିବାକୁ ବିଭିନ୍ନ ସ୍ତରରେ ପ୍ରୟାସ ବି କରାଯାଇଛି । ହେଲେ ଶିବଲିଙ୍ଗ ଉଚ୍ଚତାରୁ ନେଇ ସେହ ନାଗମଣିର ରହସ୍ୟ କିନ୍ତୁ ଆଜି ଯାଏ କେହି ଭେଦ କରିପାରିନାହାନ୍ତି ।
ଏହି ରହସ୍ୟ କେବଳ ରହସ୍ୟ ଭିତରେ ହିଁ ରହିଯାଇଛି । . .
Comments are closed.