ପଞ୍ଜାବ: ବିଦେଶ ଯିବା ପାଇଁ ଗୁରୁଦ୍ୱାରରେ ଖେଳଣା ବିମାନ ପୂଜା । ପଞ୍ଜାବର ଶହୀଦ ବାବା ନିହାଲ ସିଂ ଗୁରଦ୍ୱାର । ଏଠାରେ ଭକ୍ତ ମାନସିକ ପୂରଣ ସହ ସ୍ୱପ୍ନକୁ ସାକାର କରିବା ପାଇଁ ଖେଳଣା ବିମାନ ପୂଜା କରିଥାନ୍ତି । ବିଶ୍ୱାସ ରହିଛି ଏପରି କଲେ ବିଦେଶ ଯିବା ସହିତ ଭିସା ସମସ୍ୟା ବି ଦୁର ହୋଇଥାଏ । ଏନେଇ ଏଠାରେ ବହୁ ଲୋକଙ୍କ ଭିଡ଼ ଲାଗିଥାଏ ।
ଭାରତରେ ଦେବାଦେବୀଙ୍କ ଅନେକ ମନ୍ଦିର। ହେଲେ ଭିନ୍ନ ମନ୍ଦିରର ଭିନ୍ନ ଭିନ୍ନ ମାନ୍ୟତା ବି ରହିଛି । ଶ୍ରଦ୍ଧାଳୁଙ୍କ ମନୋସ୍କାମନା ଯେଉଁଠି ପୂରଣ ହୋଇଥାଏ ସେଠାରେ ଭିଡ଼ ଲାଗିଥାଏ ।
ଏମିତି କିଛି ସ୍ଥାନ ରହିଛି ଯେଉଁଠି ଲୋକଙ୍କ ଆସ୍ଥା ରହିଛି । ହେଲେ କିଛି ଅଜବ ଉପାୟ ଏଠାରେ ଦେଖିବାକୁ ମିଳେ। ଯଦି ଆପଣଙ୍କର ବିଦେଶ ଯିବାର ଇଚ୍ଛା ପୂଣ ହୋଇପାରିନି କି ଭିସା କ୍ୟାନସେଲ ହୋଇଯାଇଛି । ତେବେ ଏଠାରେ ଖେଳନା ଦିଆଯାଏ ।
ଏ ହେଉଛି ଏରୋପ୍ଲେନ୍ ଗୁରୁଦ୍ୱାର । ପଞ୍ଜାବର ଜଳନ୍ଧରଠାରୁ ୧୦ କିଲୋମିଟର ଦୂରରେ ଥିବା ଏକ ଗାଁରେ ରହିଛି ଏରୋପ୍ଲେନ୍ ଗୁରୁଦ୍ୱାର । ୧୫୦ ବର୍ଷ ପୁରୁଣା ସହିଦ ବାବା ନିହାଲ ସିଂ ଗୁରୁଦ୍ୱାର । ଏଠାକୁ ଆସିଲେ ବିଦେଶ ଯିବାର ଇଚ୍ଛା ପୂରଣ ହୋଇଥାଏ । ପ୍ରସାଦ ରୂପରେ ଏକ ଖେଳନା ଚଢାଇଲେ ସମସ୍ତ ମନୋକାମନା ପୂରଣ କରିଥାନ୍ତି ବାବା ।
ଖାସ୍ କରି ରବିବାର ଦିନ ଏଠାରେ ବହୁତ ଭିଡ଼ ଲାଗିଥାଏ । ବେଶୀ ଲୋକ ବିଦେଶ ଯିବାର ସମସ୍ୟା ନେଇ ଏଠାକୁ ଆସି ଏରୋପ୍ଲେନ୍ ଖେଳନା ପ୍ରସାଦ ଚଢାଇଥାନ୍ତି। ଆଉ ଲୋକଙ୍କ ବିଶ୍ୱାସ ନେଇ ଏହି ମନୋସ୍କାମନା ମଧ୍ୟ ପୂରଣ ହୋଇଥାଏ ।
ବେଶୀ କରି ଯୁବପୀଢିଙ୍କ ମନରେ ଅସୁମାରୀ ସ୍ୱପ୍ନ। ବିଦେଶ ଯିବାର ଏହି ସ୍ୱପ୍ନ ପୂରଣ ପାଇଁ ସେମାନେ ଏହି ବାବାଙ୍କ ଦ୍ୱାରରେ ଭିଡ଼ ଲଗାଇଥାନ୍ତି . . .।
Comments are closed.