Latest Odisha News

BREAKING NEWS

କୋହଲିଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥାନ୍ତେ ଗାଙ୍ଗୁଲି !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଖେଳାଳି ବିରାଟ କୋହଲିଙ୍କ ଅଧିନାୟକ ପଦକୁ ନେଇ ଏବେ ବେଶ କିଛି ଦିନ ହେବ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ କୋହଲି ମୁହାଁମୁହିଁ ପରିସ୍ଥିତିକୁ ଆସି ଯାଇଥିଲେ । ଏକ ନ୍ୟୁଜ ସାଇଟରେ ପ୍ରକାଶିତ ଖବର ଅନୁସାରେ କୋହଲି ଅଧିନାୟକ ପଦ ଛାଡିବା ପୂର୍ବରୁ ବିସିସିଆଇ ସଚିବ ଜୟ ଶାହଙ୍କୁ ଫୋନ କରିଥିବା ବେଳେ ଗାଙ୍ଗୁଲିଙ୍କୁ କୌଣସି ସୂଚନା ଦେଇ ନ ଥିଲେ । ଗାଙ୍ଗୁଲି ଏ ନେଇ କୋହଲିଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବା ପାଇଁ ଚିନ୍ତା କରୁଥିଲେ । ଏପରିକି ସେ ଏ ନେଇ ଡ୍ରାଫ୍ଟ ପ୍ରସ୍ତୁତ କରି ଦେଇଥିଲେ ମଧ୍ୟ ଶେଷ ମୂହର୍ତରେ ଓହରି ଯାଇଥିଲେ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମକୁ ଅସୁବିଧାରେ ପକାଇବାକୁ ଗାଙ୍ଗୁଲି ଚାହୁଁ ନ ଥିଲେ । କୋହଲିଙ୍କ ପ୍ରେସ କନଫେରେନ୍ସ ପରେ ଗାଙ୍ଗୁଲି ଏବଂ ବିସିସିଆଇ ତାଙ୍କ ଉପରେ ରାଗି ଯାଇଥିଲେ ବୋଲି ୱେବସାଇଟରେ ଉଲ୍ଲେଖ କରାଯାଇଛି । ଅନୀଲ କୁମ୍ବଲେ କୋଚ ପଦରୁ ଓହରିଯିବା ପରଠାରୁ କୋହଲିଙ୍କ ଉପରେ ସିନିୟର ଖେଳାଳି ଏବଂ ବିସିସିଆଇ ଅଧିକାରୀ ଅସନ୍ତୁଷ୍ଟ ଥିଲେ ।

Comments are closed.