Latest Odisha News

BREAKING NEWS

ବାତ୍ୟା ‘ଫନି’ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି

ଭୁବନେଶ୍ୱର : ବାତ୍ୟା ‘ଫନି’ ପ୍ରଭାବରେ ଓଡିଶାରେ ମୃତକଙ୍କ ସଂଖ୍ୟା ୬୪କୁ ବୃଦ୍ଧି ପାଇଛି ।

ମେ’ ୩ ତାରିଖ ସକାଳୁ ଆରମ୍ଭ ହୋଇଥିବା ସାମୁଦ୍ରିକ ଝଡ ଫନି ପ୍ରଭାବରେ ପୁରୀ ଜିଲ୍ଲାରେ ସର୍ବାଧିକ ୩୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୟୁରଭଞ୍ଜ ୪ ଜଣଙ୍କର ମୃତ୍ୟୁ ହୋଇଛି । ଆହୁରି ମଧ୍ୟ କଟକରେ ୬ ଓ କେନ୍ଦ୍ରାପଡା ଓ ଯାଜପୁରରେ ୩, ଖୋର୍ଦ୍ଧାରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଷ୍ଟେଟ୍ ଇମରଜେନ୍ସି ଅପରେସନ୍ ସେଣ୍ଟର ସୁତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ ଯେ, ବାତ୍ୟା ‘ଫନି’ ପ୍ରଭାବରେ ମୋଟ ୧୪ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ପ୍ରପୀଡ଼ିତ ଜିଲ୍ଲା ଗୁଡ଼ିକ ହେଲା – ଅନୁଗୁଳ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ, ନୟାଗଡ଼, ଢେଙ୍କାନାଳ ଏବଂ କେନ୍ଦୁଝର ଜିଲ୍ଲା ।

Leave A Reply

Your email address will not be published.