Latest Odisha News

‘କାନ୍ସ ଫିଲ୍ମ ଫେଷ୍ଟିଭାଲ’ରେ ଓଡିଆ ଚଳଚ୍ଚିତ୍ର ‘ସ୍ୱାହା’…

ଭୁବନେଶ୍ୱର : ଓଡିଆ ଫିଲ୍ମ ଜଗତର ଯୁବ ନିର୍ଦ୍ଦେଶକ ଶିଶିର କୁମାର ସାହୁଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସ୍ୱାହା’ ‘କାନ୍ସ ଫିଲ୍ମ ଫେଷ୍ଟିଭାଲ’ରେ ପ୍ରଦର୍ଶିତ ହେବାକୁ ଯାଉଛି ।

ଶିଶିରଙ୍କ ନିର୍ଦ୍ଦେଶିତ ଅନ୍ୟ ୨ଟି ଫିଲ୍ମ ହେଉଛି ‘ଫର୍ଚ୍ଚା’ ଓ ‘ରାଜା’ । ଏକ ଟେଲିଭିଜନ୍ ଚ୍ୟାନେଲରେ ଇଣ୍ଟରଭ୍ୟୁ ଦେବା ଅବସରରେ ଶିଶିର କହିଛନ୍ତି ଯେ, ଫିଲ୍ମ ‘ସ୍ୱାହା’ ଓଡିଆ ସାହିତ୍ୟର ଏକ କାବ୍ୟରୁ ପ୍ରସ୍ତୁତ ହୋଇଛି ।

ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ଅତି ସୁନ୍ଦରଭାବେ ଜେରେସନ୍ ଗ୍ୟାପକୁ ଅବତାରଣା କରିଛନ୍ତି । ଦୁଇଟି ଭିନ୍ନଭିନ୍ନ ପିଢିର ଲେଖକଙ୍କ ଉପରେ ଆଧାରିତ । ଯେଉଁଥିରେ ରହିଛନ୍ତି ଜଣେ ବୃଦ୍ଧ ବ୍ୟକ୍ତି ଏବଂ ଅନ୍ୟ ଜଣେ ଯୁବତୀ ଲେଖିକା । ଏହି ୨ ଚରିତ୍ରକୁ ନେଇ ସିନେମା ନିର୍ମିତ ହୋଇଛି ।

‘ସ୍ୱାହା’ ଫିଲ୍ମର ନିର୍ମାତା ପ୍ରଦୀପ ସାହୁ ହୋଇଥିବାବେଳେ ସହ-ପ୍ରଯୋଜକ ପିନାକୀ ସିଂହ ରହିଛନ୍ତି।

Leave A Reply

Your email address will not be published.