Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ । ରାଜଗାଙ୍ଗପୁର ବ୍ଲକ କୁକୁଡ଼ା ସମବାୟ ସମିତି ପରିଚାଳନା ନିର୍ଦ୍ଦେଶକ ପରୀକ୍ଷିତ ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସଭବନ ସମେତ ଅଫିସରେ ଚାଲିଛି ଏକକାଳୀନ ଚଢ଼ାଉ ।

ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଟିମ୍ ଚଢ଼ାଉ ଜାରି ରଖିଛି । ତାଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ପରୀକ୍ଷିତ ସାହୁ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ରେଡ୍ ପରେ ଜଣା ପଡ଼ିବ ।

Comments are closed, but trackbacks and pingbacks are open.