ମୁମ୍ବାଇ : ଆଜି ହେଉଛି ତାମିଲ ବିୟୁଟି ଶ୍ରୁତି ହାସନଙ୍କ ବର୍ଥ ଡେ’ । ୩୬ ବର୍ଷ ବୟସରେ ପାଦ ଥାପିଛନ୍ତି ଶ୍ରୁତି । ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ସେଲିବ୍ରେସନ କରୁଛନ୍ତି ଶ୍ରୁତି । ଏନେଇ ସୋସିଆଲ ମିଡିଆରେ ଶ୍ରୁତି ନିଜର ଫଟୋ ପୋଷ୍ଟ କରିବା ସହତି ତାଙ୍କୁ ଜନ୍ମ ଦିନ ନେଇ ଶୁଭେଚ୍ଛା ଜଣାଇଥିବା ପ୍ରଂଶସକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ନିଜ ଜନ୍ମ ଦିନରେ ଫ୍ୟାନ ମାନଙ୍କୁ କିଛିଟା ମ୍ୟାସେଜ ଦେଇଛନ୍ତି ଶ୍ରୁତି । ସମାଜ ଆମକୁ ଅନେକ ଶିକ୍ଷା ଦେଇଥାଏ । ଏ ସମାଜରେ ମୁଁ ଜନ୍ମ ନେଇଥିବାରୁ ଭଗବାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ମୁଁ ସବୁବେଳେ କାହା କଥାକୁ ନୁହେଁ ବାସ୍ତବତାକୁ ବିଶ୍ୱାସ କରେ , ତାକୁ ମଧ୍ୟ ଉପଲବ୍ଧି କରିପାରେ ବୋଲି ଶ୍ରୁତି କହିଛନ୍ତି । ସମସ୍ତଙ୍କ ଭିତରେ ପ୍ରେମ, ସ୍ନେହ , ଭଲପାଇବା ବଜାୟ ରହୁ । ଆଜି ମୋର ଜନ୍ମଦିନ ନୁହେଁ ବରଂ ନିଜକୁ ଭଲ ପାଇବାର ଦିନଟିଏ ବୋଲି ଶ୍ରୁତି କହିଛନ୍ତି ।ମୁଁ ଏ ବିଶ୍ୱ ବିଷୟରେ ସବୁ କିଛି ଜାଣିନାହିାଁ ସବୁ ବେଳେ କିଛି ନା କିଛି ଶିକ୍ଷା ଗ୍ରହଣ କରୁଛି ।

୧୯୮୬ ମସିହା ଜାନୁଆରୀ ୨୮ ତାରିଖରେ ଚେନ୍ନାଇରେ ଶ୍ରୁତିଙ୍କ ଜନ୍ମ । ହାସନ ଫ୍ୟ।ମିଲିରେ ତାଙ୍କର ଜନ୍ମ । ଅଭିନେତା କମଲ ହାସନଙ୍କ ଝିଅ ହେଉଛନ୍ତି ଶ୍ରୁତି ହାସନ । ଶ୍ରୁତି କେବଳ ଜଣେ ଆକ୍ଟର ନୁହନ୍ତି ଭଲ ପ୍ଲେ ବ୍ୟାକ ସିଙ୍ଗର ମଧ୍ୟ । ସେ ଅନେକ ତାମିଲ ,ତେଲଗୁ, ହିନ୍ଦି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ପ୍ରିୟ ହୋଇପାରିଛନ୍ତି ।
Comments are closed.