ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ତଳମୁହାଁ ହବାରେ ଲାଗିଛି । ବର୍ତ୍ତମାନର କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ସ୍ଥିର ରହିଛି । ତା ସହ ଟିକାକରଣ ଅଧିକ ଥିବାରୁ ଲୋକଙ୍କ ଠାରେ ଲକ୍ଷଣ କମ ପରିଲକ୍ଷିତ ହେଉଛି । ଯେଉଁମାନେ ପ୍ରିକୋସନ ଡୋଜ ନେବା ପାଇଁ ଇଚ୍ଛୁକ ଅଛନ୍ତି ସେମାନେ ପ୍ରିକ୍ୱେସନ ଡୋଜ ନେଇଯାଆନ୍ତୁ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି ।
କରୋନା ସଂକ୍ରମଣ ସ୍ଥିର ଅବସ୍ଥାରେ ଅଛି । ତେବେ ଏହି ଗ୍ରାଫକୁ ତଳକୁ ପହଁଞ୍ଚିବା ଯାଏ ଆମକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି । କେଉଁ ମୁହୁର୍ତ୍ତରେ ବି ସଂକ୍ରମଣ ବୃଦ୍ଧି ହୋଇପାରେ ବୋଲି ସେ କହିଛନ୍ତି ।ରାଜ୍ୟରେ ଓମିକ୍ରନର ଉପସ୍ଥିତି ମଧ୍ୟ ରହିଛି । ଅନ୍ୟପଟେ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆସରିଛି ଟିକା ଲାଗି କେଉଁକେଉଁ ମାନେ ବାକି ଅଛନ୍ତି ସେନେଇ ତଥ୍ୟ ପ୍ରଦାନ କରିବା ପାଇଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
Comments are closed.