Latest Odisha News

BREAKING NEWS

ଶ୍ରୀମନ୍ଦିର ପର୍ବପର୍ବାଣୀ ଓ ଯାନିଯାତ୍ରାର ଚୂଡ଼ାନ୍ତ ତାଲିକା ପ୍ରକାଶ

ପୁରୀ:  ଶ୍ରୀମନ୍ଦିର ପର୍ବପର୍ବାଣୀ ଓ ଯାନିଯାତ୍ରାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ଜାରି ତାଲିକା ଅନୁଯାୟୀ ଆସନ୍ତା ମେ ମାସ ୩ ତାରିଖରେ ପବିତ୍ର ଅକ୍ଷୟତୃତୀୟ ପଡୁଛି। ଏହିଦିନ ରଥକାଠ ଅନୁକୂଳ ସହ ରଥଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହେବ । ସେହିଭଳି ପ୍ରସିଦ୍ଧ ଚନ୍ଦନଯାତ୍ରା ବି ଏହି ଦିନଠାରୁ ଆରମ୍ଭ ହେବ। ମେ ମାସ ୨୨ ତାରିଖରେ ଭଉଁରୀ ପରେ ଜୁନ୍‌ ୧୪ରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ଜୁଲାଇ ୧ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ।

ସେପଟେ ଏପ୍ରିଲ ୪ରେ ଦୟଣାଚୋରି ନୀତି, ଏପ୍ରିଲ ୧୫ରୁ ସାହିଯାତ, ମେ ୧୪ରେ ନୃସିଂହ ଜନ୍ମ, ମେ ୩୦ରେ ସାବିତ୍ରୀ ଅମାବାସ୍ୟା, ଜୁନ ୫ରେ ଶୀତଳ ଷଷ୍ଠୀ, ଜୁନ୍‌ ୧୦ରେ ରାଜେନ୍ଦ୍ରାଭିଷେକ ନୀତି ପରେ ୨୭ ତାରିଖ ପର୍ଯ୍ୟନ୍ତ ଅନବସର ନୀତି ଚାଲିବ ।

ଜୁଲାଇ ୧୭ରେ ଦକ୍ଷିଣାୟନ ସଂକ୍ରାନ୍ତି, ୨୪ରେ କାମଦା ଏକାଦଶୀ, ୨୮ରେ ଚିତାଲାଗି ଅମାବାସ୍ୟା, ଅଗଷ୍ଟ ୬ରେ ବାଡ଼ି ନୃସିଂହ ବିଜେ ନୀତି, ୧୩ରେ ଝୁଲଣ ଯାତ୍ରା, ୧୬ରେ ରାହୁରେଖା ଲାଗି, ୧୮ରେ ଶ୍ରୀକୃଷ୍ଣ ଜନ୍ମନୀତି ସହ ଏହା ପରଠାରୁ ମହାପ୍ରଭୁଙ୍କ ବିଭିନ୍ନ ବେଶ ଆରମ୍ଭ ସହ ୩୧ରେ ଗଣେଶ ଚତୁର୍ଥୀ ପାଳିତ ହେବ ।

ଅକ୍ଟୋବର ୫ରେ ଦଶହରା ଓ ଆୟୁଧ ପୂଜା, ଅକ୍ଟୋବର ୬ରେ ରାଧାଦାମୋଦର ବେଶ ଆରମ୍ଭ, ୯ରେ କୁମାର ପୂର୍ଣ୍ଣିମା, ନଭେମ୍ବର ୨ରେ ଅଁଳା ନବମୀ , ନଭେମ୍ବର ୪ରେ ହରିଉତ୍‌ଥାପନ ନୀତି ଓ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ , ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ୧୬ରେ ପ୍ରଥମାଷ୍ଟମୀ, ୨୨ରୁ ଦେବ ଦୀପାବଳି, ୨୯ରେ ଓଢ଼ଣୀ ଷଷ୍ଠୀ, ଡିସେମ୍ବର ୭ରେ ପଣ୍ଡୁନୃସିଂହ ବିଜେ, ୧୬ରେ ଧନୁସଂକ୍ରାନ୍ତି ଓ ପହିଲିଭୋଗ ନୀତି ଆରମ୍ଭ ୨୩ରେ ବକୁଳ ଅମାବାସ୍ୟା ନୀତି ଅନୁଷ୍ଠିତ ହେବ ।

Comments are closed, but trackbacks and pingbacks are open.