Latest Odisha News

BREAKING NEWS

ମାଘ ସପ୍ତମୀରେ କରୋନା କଟକଣା : ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ ପକାଇବା ଲାଗି ବାରଣ

କୋଣାର୍କ :ଚଳିତ ବର୍ଷ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇବା ମନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମାଘ ମେଳାରେ ବୁଡ ପକାଇବା ନେଇ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । ଆସନ୍ତା ଫେବୃଆରୀ ୭ ତାରିଖରେ ମାଘ ମେଳା ପଡୁଥିବାରୁ ଏଥର ବୁଡ ପକାଇବାରୁ ବଞ୍ଚିତ ହେବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।

ମାଘାମେଳା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୁରୀର ଅତିରିକ୍ତ ଜିଲ୍ଲାପାଳ , ନିମାପଡା ତହସିଲଦାର ,ନିମାପଡା ବିଡିଓ, ଏସଡିପିଓ ପ୍ରମୁଖ ଯୋଗଦେଇଥିଲେ । ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି କି କେବଳ ସେବାୟତ, ଅଧିକାରୀଙ୍କୁ ବୁଡ ପକାଇବା ପାଇଁ ଅନୁମତି ମିଳିବ । ଖୁବ୍ କମ ଲୋକରେ ବୁଡ ପକାଯିବ ।ପ୍ରାୟ ୫ ଶହରୁ ୬ଶହ ଲୋକ ଙ୍କୁ ଅନୁମତି ମିଳିବା ସାମ୍ବାଦିକ ମାନଙ୍କୁୂ ମଧ୍ୟ ଅନୁମତି ମିଳିବ।ନିଷ୍ପତ୍ତି ଅନୁଯାୟୀ, ଐଶାନ୍ୟେଶ୍ୱର, ଦକ୍ଷିଣେଶ୍ୱର, ତ୍ରିବେଣୀଶ୍ୱରଙ୍କ ମହାସ୍ନାନ କଟକଣା ଭିତରେ ହେବ ।

ସୂଚନା ଅନୁସାରେ ପ୍ରତ୍ୟେକ ବର୍ଷ ମାଘ ସପ୍ତମିରେ ଦୂରଦୁରାନ୍ତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇବା ପାଇଁ ଚନ୍ଦ୍ରଭାଗା ଆସିଥାନ୍ତି । ହେଲେ ଚଳିତ ବର୍ଷ କରୋନା ସଂକ୍ରମଣକୁ ନେଇ ପ୍ରଶାସନର ନିଷ୍ପତି ପରେ ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି ।

 

Comments are closed.