Latest Odisha News

BREAKING NEWS

ପିକଅପ୍ ଭ୍ୟାନ୍ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ୫୭ ନମ୍ବର ଜାତୀୟ ରାଜପଥ ଖଇରମାଳ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକ୍ ଅପ୍ ଭ୍ୟାନ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୨ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲ ଶଗଡା ପଞ୍ଚାୟତ ଝଗଡୁ ଗାଡିଆ ଗ୍ରାମର ହୀର ବଗର୍ତ୍ତି ଓ କିଶୋର ଭୁକ୍ତା ।

ସୁଚନା ଅନୁଯାୟୀ, ହୀର ବଗର୍ତ୍ତି ତାଙ୍କ ବନ୍ଧୁ କିଶୋର ସହିତ ଆଜି ତାଙ୍କ ଭଉଣୀଙ୍କ ଘରକୁ ଯାଇଥିଲେ । ସଂଧ୍ୟା ସମୟରେ ଘରକୁ ଫେରୁଥିବା ବେଳେ ସୋନପୁର ପଟରୁ ଏକ ପିକଅପ୍ ଭ୍ୟାନ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଦୁର୍ଘଟଣା ପରେ ପିକ୍ ଅପ୍ ଭ୍ୟାନ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ, ମନମୁଣ୍ଡା ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ।

Comments are closed, but trackbacks and pingbacks are open.