ଭୁବନେଶ୍ୱର : ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି ।ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷା ଶିଳ୍ପୀ ସାହୁ । । ଚଳିତ ଥର ବଜେଟରୁ ସ୍ପଷ୍ଟ ହୋଇଛି ଯେ ନିକଟ ଭବିଷ୍ୟତରେ ଭାରତ ଡିଜିଟାଲ ବିପ୍ଲବ ପଥରେ ଆଗେଇବ ।କହିବାକୁ ଗଲେ ସରକାର ଗ୍ରାମାଞ୍ଚଳରେ ଡିଜିଟାଲ ସେବା ଆରମ୍ଭ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି । ୱାନ କ୍ଲାସ ୱାନ ଟିଭି ଚ୍ୟାନେଲ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।
ଏହା ହେବା ଦ୍ୱାରା ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ଯେଉଁ ସବୁ ସମସ୍ୟା ଉପୁଜୁଛି ତାହା ମଧ୍ୟ ଦୂର ହେବା ପାଇଁ ସହାୟକ ହେବ । ପିଏମ ବିଦ୍ୟା ଯୋଜନା ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାକୁ ସଗମ କରିବା ପାଇଁ ୧୨ଟି ଚ୍ୟାନେଲ ଥିଲା ଏହି ଚ୍ୟାନେଲକୁ ବିସ୍ତାର କରାଯାଇ ୨ଶହ ଚ୍ୟାନେଲ କରାଯିବ । ଚଳିତ ଥର ବଜେଟରେ ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଯାହା ଉତ୍ତମ ପଦକ୍ଷେପ ।
୨୦୨୫ ସୁଦ୍ଧା ସମସ୍ତ ଗ୍ରାମାଞ୍ଚଳକୁ ଅଫଟିକାଲ ଫାଇବର ସହ ସଂଯୋଗ କରାଯିବ । ଗ୍ରାମାଞ୍ଚଳକୁ ସହାରାଞ୍ଚ ସହ ସମାନ କରାଯିବ ବୋଲି ଚଳିତ ଥର ବଜେଟରେ ଅର୍ଥମନ୍ତ୍ରୀ କହିଛନ୍ତି । ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ଡିଜିଟାଲ ୟୁନିଭର୍ସିଟି ପ୍ରସ୍ତୁତ କରାଯିବ । ଏନଇପି ୨୦୨୦ ଅନୁସାରେ ପ୍ରଥମେ ଏହାର ମଡେଲ ବୈଦେଶିକ ବିଶ୍ୱବିଦ୍ୟାଳୟ ଗୁଜୁରାଟରେ ପ୍ରସ୍ତୁତ କରାଯିବ । ୨୦୨୨-୨୦୨୩ ଶିକ୍ଷା କ୍ଷେତ୍ରରେ ସାମଗ୍ରିକ ଆର୍ଥିକ ଆବଣ୍ଟନରେ ବୃଦ୍ଧି ହେବ । ଶିକ୍ଷାକୁ ବିକାଶକୁ ଦୃଷ୍ଟିରେ ରଖି ୨୦୨୧-୨୦୨୨ ବେଜଟ ଆକଳନ ୯୩,୨୨୪ କୋଟିରୁ ୧.୦୪ କୋଟିକୁ ବୃଦ୍ଧି କରାଯାଇଛି ।
Comments are closed.