Latest Odisha News

BREAKING NEWS

ଶୂନ୍ୟତା

ଶୂନ୍ୟତା
ଆଶୁତୋଷ ପ୍ରସାଦ ମଲ୍ଲିକ

କ’ଣ ହୋଇପାରେ
ଏ ଶୂନ୍ୟତାର ପରିଭାଷା?

ଗୋଟେ ସ୍କେଚ୍
ନଥିବାପଣର,
ଛଳଛଳ କେଇ ପୃଷ୍ଠା
ଲୁହର କବିତା,
କି ଶୋଷରେ ଡହକୁଥିବା
ମାଟିର ଆକୁଳତା?

ତୁମେ ଜାଣନା
ତୁମକୁ ଛୁଇଁ ଆସିଥିବା
ଦମକାଏ ପବନରେ
ମୁଁ ପାଦେ ପାଦେ ଦୂରେଇଯାଏ
ସମୟଠୁଁ।
ଛାଇର ବାହୁବନ୍ଧନୀ ବି
ଶିଥିଳିଯାଏ
ଏକ ହୁଗୁଳା ଶିକୁଳି ପରି।

ଏ ପ୍ରେମ କ’ଣ ତୁମପାଖେ
ଏକ ଉତ୍କଣ୍ଠିତ ପରାଜୟର ନାଁ?
ଯେମିତି ଅନ୍ଧାରକୁ
ମୁଁ ଅଭିମାନର
ପ୍ରତିଶବ୍ଦ ବୋଲି ମାନିନେଇଛି
ଆଉ ପୁନେଇଁକୁ
ଈର୍ଷା ହିଁ ଈର୍ଷା।

ତେବେ ଏ ଶୂନ୍ୟତା କ’ଣ ଚୁକ୍ତି ଭାଙ୍ଗି
କେଇ ଯୁଗ
ନିଜଠୁଁ ନିଜର ନିର୍ବାସନ?
…………
ପ୍ଲଟ ନଂ-ଜି/୨୧୩, ସେକ୍ଟର-୭
ସି.ଡି.ଏ, କଟକ-୭୫୩୦୧୪

Comments are closed.