କଟକ : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ସଂକ୍ରମଣ କମୁଥିବାରୁ ଏବେ କଟକଣା ବି କିଛିଟା କୋହଳ ହେଲାଣି । ଦୈନିକ ସଂକ୍ରମଣ ଧୀରେ ଧୀରେ ତଳମୁହାଁ ହେଉଥିବା ବେଳେ, ଏବେ ହାଇକୋର୍ଟ ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପଜିଟିଭିକୁ ଦୃଷ୍ଟିରେ ରଖି ଏଣିକି ପୂର୍ଣ୍ଣମାତ୍ରାରେ ଚାଲିବ ଓଡ଼ିଶା ହାଇକୋର୍ଟ । ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡ୍ରେ କୋର୍ଟ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୭ ତାରିଖରୁ ଶତ ପ୍ରତିଶତରେ ଚାଲିବ ହାଇକୋର୍ଟ । ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ଗତ ଜାନୁଆରୀ ୧୦ ତାରିଖରୁ ଫେବ୍ରୁଆରୀ ୪ ତାରିଖ ପର୍ଯ୍ୟନ୍ତ କେବଳ ଭିଡିଓ କନଫରେନ୍ସ ଜରିଆରେ ଚାଲୁଥିଲା ହାଇକୋର୍ଟ । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲୁଥିଲା କୋର୍ଟଙ୍କ ଶୁଣାଣି । ଏବେ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇଥିବାରୁ ଶତ ପ୍ରତିଶତରେ ହାଇକୋର୍ଟ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି ।
BREAKING NEWS
- Puri Temple Closed: ଶ୍ରୀବିଗ୍ରହଙ୍କ ବନକଲାଗି ନୀତି: ୫ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ
- ଆଜିଠୁ ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ନାମ ପଞ୍ଜୀକରଣ: ଅନଲାଇନ କରିବେ ନା ଅଫଲାଇନ ଜାଣନ୍ତୁ…
- ୩୯ ପରିବାରକୁ ୨ ଲକ୍ଷ ଟଙ୍କା ଘୋଷଣା… ବଙ୍ଗଳାରେ SIR ଯୋଗୁଁ କେତେ ଲୋକଙ୍କ ମୃତ୍ୟୁ ହୋଇଛି, କେତେ BLO ପ୍ରଭାବିତ ହୋଇଛନ୍ତି?
- ସରକାରୀ ଟଙ୍କାରେ ବାବରୀ ମସଜିଦ ନିର୍ମାଣ କରିବାକୁ ଚାହୁଁଥିଲେ ନେହେରୁ, କିନ୍ତୁ ଏହି ନେତା ବାଧା ଦେଇଥିଲେ
- ଟିଏସ୍ଏମ୍ ପକ୍ଷରୁ ଏନ୍ଏଚ୍-୫୫ର କଣ୍ଟାବଣିଆଠାରେ ଆଲୋକୀକରଣ ବ୍ୟବସ୍ଥାର ଲୋକାର୍ପଣ
- ଲଘୁ ଖଣିଜରୁ ସଂଗୃହୀତ DMF ପାଣ୍ଠିକୁ ସେହି ଜିଲ୍ଲାରେ ଖର୍ଚ୍ଚ କରାଯିବ: ମୁଖ୍ୟମନ୍ତ୍ରୀ
- ଫାଇରିଂ କରିଦେବି କହି ଅଡୁଆରେ ବିଜେଡି ନେତା ପ୍ରଦୀପ ମାଝୀ…ଥାନାରେ ଏତଲା
- Illegal Bangladeshi: ବିଳମ୍ବିତ ରାତିରେ ବାଂଲାଦେଶୀ ସନ୍ଦେହରେ ପୋଲିସର ଚଢ଼ାଉ;୨୧ ସନ୍ଦିଗ୍ଧ ଅଟକ
- ଆସନ୍ତାକାଲି ଘୋଷଣା ହେବ +୨ ପରୀକ୍ଷା ତାରିଖ
- ଭାରତର ଏହି ଗାଁରେ ସାପଙ୍କ ସହ ଖେଳନ୍ତି ଛୋଟ ପିଲା, ସବୁ ଘରେ ଥାଏ କୋବ୍ରା
Comments are closed.