Latest Odisha News

ପୁରୀ ସ୍ୱର୍ଗଦ୍ୱାରରେ ପଣ୍ଡିତ ଦାମୋଦର ହୋତାଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ : ପଣ୍ଡିତ ଦାମୋଦର ହୋତାଙ୍କର ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ୱର୍ଗତ ହୋତାଙ୍କୁ ଜିଲ୍ଲା  ଓ ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର ସହ ଭକ୍ତିପୁତ ଶ୍ରଦ୍ଧାଞ୍ଚଳି ଅର୍ପଣ କରାଯାଇଥିଲା । ସ୍ୱର୍ଗତ ହୋତାଙ୍କ ଜ୍ୟେଷ୍ଠ ପୁତ୍ର ଶ୍ରୀ ଶିବାଶିଷ ହୋତା ମୁଖାଗ୍ନି ଦେଇଥିଲେ ।

ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କ କନିଷ୍ଠା ଭାଇ ଶ୍ୟାମ ସୁନ୍ଦର ହୋତା ,ସାନପୁଅ ଦୁର୍ଗାଶିଷ ହୋତା , ତିନି ଝିଅ ପ୍ରିୟମ୍ବଦା ମିଶ୍ର,କଳ୍ପନା ପାଢୀ, ମାନସୀ ହୋତା ,ତିନିଜ୍ୱାଇଁ ପୁରୁରା ଦେବାଷିଶ ହୋତା,ଆତ୍ମିୟ ସ୍ୱଜନ ,ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସ୍ୱର୍ଗତ ହୋତାଙ୍କ ମର ଶରୀର ପୁରୀରେ ପହଞ୍ଚିବା ପରେ ଗୌଡବାଡ ସାହି ସ୍ଥିତ ତାଙ୍କ ନିଜସ୍ୱ ବାସଭବନ, ଜମ୍ବେଶ୍ବର, ଅଡଙ୍ଗ ତିୱାଡି ଯାଗା, ସାହି ଠାକୁରାଣୀ, ଗୌଡବାଡ ସାହି ଓ ହରଚଣ୍ତି ସାହି ଆଖଡା ନିଆଯାଇଥିଲା । ସେଠାରେ ଜ୍ଞାତିକୁଟୁମ୍ବ ଓ ଅନ୍ୟମାନେ ସ୍ୱର୍ଗତ ହୋତାଙ୍କୁ ଶେଷ ଦର୍ଶନ କରିଥିଲେ ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା, ରିଜର୍ଭ ଇନିସପେକ୍ଟର ଶ୍ରୀ ଚନ୍ଦ୍ରଶେଖର ଦାଶ, ସମୁଦ୍ରକୂଳ ଥାନାଧିକାରୀ ଶ୍ରୀ ଚିନ୍ମୟ ରାଉତ ପ୍ରମୁଖ ଜିଲ୍ଲା ପ୍ରଶାସନ ପକ୍ଷରୁ ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ ।ଗତ ଶନିବାର ରାତିରେ ସ୍ୱର୍ଗତ ହୋତାଙ୍କ ଦେହାନ୍ତ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା

Comments are closed.