ଭୁବନେଶ୍ୱର : ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ଦେଇଥିବା ଟିପ୍ପଣୀ ଉପରେ ଉଭୟ ବିଜେପି ଓ ବିଜେଡି ଉପରେ ବର୍ଷିଲା କଂଗ୍ରେସ । ଆଦିବାସୀ ଅଧୂସିତ ଜିଲ୍ଲା କୋରାପୁଟ ଜିଲ୍ଲାର ଜୟପୁର ଠାରେ ବିଜେଡି ଦଳର ନିର୍ବାଚନୀ ପ୍ରଚାରରେ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ପ୍ରସଙ୍ଗ ଏବଂ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ଟିପ୍ପଣି ପ୍ରସଙ୍ଗକୁ ନେଇ ବିଜେପି ଓ ବିଜେଡିକୁ ଟାର୍ଗେଟ କଲା କଂଗ୍ରେସ ।
କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଲେ ଯେ ଜୟପୁରର ପୂର୍ବତନ ବିଧାୟକ ତଥା ଦୁର୍ନୀତି ଅଭିଯୋଗରେ ତଡ଼ାଖାଇଥିବା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଏକ ନିର୍ବାଚନୀ ସଭାରେ ଭାଷଣ ଦେଉଥିବା ଏକ ଭିଡିଓ ଆମର ହସ୍ତଗତ ହୋଇଛି । ନନ୍ଦ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମନ୍ଦିର ଯାଇ ପୂଜା କରିଛନ୍ତି, ପୂଜାପରେ ଏ ଆଜ୍ଞାମାଳ ଆଣିଛନ୍ତି ଓ ଏହି ଆଜ୍ଞାମାଳ ଏଇଠିକି ପଠାଇଛନ୍ତି ।
ଉପସ୍ଥିତ ଜନସାଧାରଣ ଏ ଆଜ୍ଞାମାଳ ଛୁଇଁ ଶପଥ କରି କୁହ ବିଜେଡ଼ି ଦଳକୁ ଭୋଟ ଦବ । ଆମେ ଜାଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୧ ଜନଗଣନାରେ କହିଥିଲେ ସେ ଓଡ଼ିଆ ଜାତିର ଜଣେ ସାଧାରଣ ମଣିଷ । ମାନବ ସେବା ତାଙ୍କ ଧର୍ମ । ଧର୍ମନିରପେକ୍ଷ ନେତା ଭାବେ ସାରା ଭାରତ ବର୍ଷରେ ଖ୍ୟାତି ଅର୍ଜ୍ଜନ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆଙ୍କର ଆରାଧ୍ୟ ଦେବତା ଜଗନ୍ନାଥଙ୍କର ଭକ୍ତ ହେଇପାରନ୍ତି, କିନ୍ତୁ ସେ କେବେବି ଧର୍ମାନ୍ଧ ନୁହନ୍ତି । ତାଙ୍କ ନାମ ନେଇ ଜଗନ୍ନାଥଙ୍କର ଦ୍ୱାହୀ ଦେଇ ଧର୍ମୀୟ ଭାବନାର କୁଠାରଘାତ କରି ସରଳ ଆଦିବାସୀଙ୍କ ପାଖରେ ମିଚ୍ଛତଥ୍ୟ ଉପସ୍ଥାପନା କରିଥିବା ଶ୍ରୀ ନନ୍ଦଙ୍କ ବିରୋଧରେ ଫୌଜଦାରୀ ମୋକଦମା କରିବା ସହ ତାଙ୍କୁ ଗିରଫ କରାଯାଉ କଂଗ୍ରେସ କହିଛି ।
ଶ୍ରୀ ମହାପାତ୍ର କହିଲେ ଯେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଛି । କେନ୍ଦ୍ର ବିଜେପି ସରକାରର ଜନବିରୋଧି ନୀତି ଯୋଗୁ ବିଜେପି ଦଳ ପ୍ରତି ଲୋକଙ୍କର ବିତସ୍ପୃହ ମନୋଭାବ । ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ଆଉ ଭିଡ଼ ଦେଖିବାକୁ ମିଳୁନାହିଁ । ଅତୀତରେ ବିଜେପି ଓ ପ୍ରଧାନମନ୍ତ୍ରୀ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହୋଇ ନାହିଁ । ସବୁବେଳେ ମିଛି ପ୍ରଲୋଭନ ଓ ପ୍ରତିଶ୍ରୁତି ଦେଖାଇ ନିର୍ବାଚନୀର ବିଜୟ ହେବାର କୁଟୀଳ କୌଶଳ ଯୋଗୁଁ ଲୋକ ପ୍ରଧାନମନ୍ତ୍ରୀଙ୍କର ସଭାକୁ ଆଉ ଯାଉନାହାନ୍ତି ।
ଯେଉଁଥିପାଇଁ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର କୁହାଯାଉଥିବା ଲୋକସଭା ଓ ରାଜ୍ୟସଭାରେ ମୋଦି କେବଳ ନିର୍ବାଚନୀ ଭାଷଣ ଦେଇଛନ୍ତି । କଂଗ୍ରେସ ବିରୋଧରେ ବିଷୋଦଗାର କରିଛନ୍ତି । ନିଜର ପଦମର୍ଯ୍ୟାଦାର ଉଲ୍ଲଙ୍ଘନ କରିଛନ୍ତି । କେନ୍ଦ୍ର ସରକାରର ମୁଖ୍ୟ ଭାବେ ଦେଶ ଓ ଦେଶବାସୀଙ୍କର ଉନ୍ନତି ପାଇଁ ସରକାରଙ୍କର ବ୍ଲୁପ୍ରିଂଟ କହିବା ପରିବର୍ତେ କେବଳ ବିରୋଧିକୁ ଆପେକ୍ଷ କରିବା ଗଣତନ୍ତ୍ର ପ୍ରତି ଅପମାନ । ମୋଦି ପଚାରିଛନ୍ତି କଂଗ୍ରେସ ନଥିଲେ କ’ଣ ହେଇଥାନ୍ତା, ଆମେ ଗୋଟିଏ ବାକ୍ୟରେ କହୁଛୁ କଂଗ୍ରେସ ନଥିଲେ ଦେଶ ସ୍ୱାଧୀନ ହୋଇନଥାନ୍ତା, ଗଣତନ୍ତ୍ର ପ୍ରତିଷ୍ଠା ହୋଇନଥାନ୍ତା, ପାଲ୍ୟାମେଂଟ ନଥାନ୍ତା କି ମୋଦି ପ୍ରଧାନମନ୍ତ୍ରୀ ମଧ୍ୟ ହୋଇନଥାନ୍ତେ ।
ପୁନଶ୍ଚ ବିଜେଡ଼ି ଓ ବିଜେପି ସମ୍ପର୍କ ଅତି ନିବିଡ଼ । ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । କିନ୍ତୁ ସାଢ଼େ ଚାରିକୋଟି ଓଡ଼ିଆଙ୍କର ନାର୍ଯ୍ୟଦାବି ଓ ଅଧିକାର ଦେବାରେ ବିଜେପି ସରକାର ବିଫଳ । କେବଳ ପ୍ରଶଂସଂ କରିଲେ ଚଳିବ ନାହିଁ ଓଡ଼ିଆଙ୍କୁ ତାଙ୍କର ଅଧିକାର ଦିଆଯାଉ ବୋଲି ଦାବିକରି ୧୦ଟି ପ୍ରଶ୍ନ ପଚାରିଛି କଂଗ୍ରେସ । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ଶାନ୍ତନୁ ସାହୁ ଓ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.