କୋଲକାତା: ବିଜୟରୁ ଟି-ଟ୍ୱେଣ୍ଟି ଅଭିଯାନ ଆରମ୍ଭ । ପ୍ରଥମ ଟି-ଟ୍ୱେଣ୍ଟିରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୧୫୮ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା । ପ୍ରଥମରୁ ପ୍ରହାର ଆରମ୍ଭ କରିଥିଲେ କ୍ୟାପଟେନ୍ ରୋହିତ ଶର୍ମା । ତାଙ୍କୁ ସାଥ ଦେଇଥିଲେ ଇଶାନ୍ କିଷାନ । ରୋହିତ ୪୦ ଓ ଇଶାନ୍ କିଷାନ ୩୫ ରନ୍ କରି ବିଜୟର ମୂଳଦୂଆ ପକାଇଥିଲା ।
ପରେ ସୂର୍ୟ୍ୟକୁମାର ଯାଦବ ୩୪ ରନ୍ ଓ ଭେଙ୍କଟେଶ ଆୟାର ୨୪ ରନ୍ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ । ମାତ୍ର ୪ ୱିକେଟ ବିନିମୟରେ ୭ଟି ବଲ୍ ବାକି ଥାଇ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ଟସ୍ ଜିତି ରୋହିତ ଶର୍ମା ୱେଷ୍ଟଇଣ୍ଡିଜକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ।
ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୧୫୭ ରନ୍ କରିଥିଲା । ନିକୋଲାସ୍ ପୁରଣ ସର୍ବାଧିକ ୬୧ ରନ୍ ପିଟିଥିଲେ । ଶେଷ ଆଡକୁ କିରଣ ପୋଲାର୍ଡ ୧୯ ବଲରୁ ଅପରାଜିତ ୨୪ ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ହର୍ଷଲ ପଟେଲ୍ ଓ ରବି ବିଷ୍ଣୋୟୀ ୨ଟି ଲେଖାଏ ୱିକେଟ ନେଇଥିଲେ । ଭୁବନେଶ୍ୱର କୁମାର, ଦୀପକ ଚହର, ଯୁଜବେନ୍ଦର ଚହଲଙ୍କ ଖାତାରେ ଗୋଟିଏ ଲେଖାଏ ୱିକେଟ ପଡ଼ିଥିଲା ।
BREAKING NEWS
- ରାଉରକେଲାରେ ପ୍ରଚାର ବେଳେ ନବୀନଙ୍କ ଘୋଷଣା; କହିଲେ, ଜୁଲାଇରୁ ବିଜୁଳି ବିଲ୍ ଆସିବନି
- ଜୁନ୍ ୪ରେ ଯାଉଛନ୍ତି ନବୀନ, ଆସୁଛି ବିଜେପି ସରକାର
- ମେ’ ୩୦ ଯାଏଁ ସିସୋଦିଆଙ୍କ ନ୍ୟାୟିକ ହେପାଜତ ବୃଦ୍ଧି
- ରାଜଧାନୀ ରାସ୍ତାରେ ପାଓ୍ବର ଦେଖାଇବେ ଜେ. ପି ନଡ୍ଡା
- ୧୭ରେ ଓଡ଼ିଶା ଆସୁଛନ୍ତି ଅଭିନେତ୍ରୀ ହେମା ମାଳିନୀ
- ଲତିକାଙ୍କ ରାଲିରେ ମହିଳାଙ୍କୁ ମାଡ ଅଭିଯୋଗ
- ହାରିବା ଭୟରେ ରକ୍ତମୁଖା ବିଜେଡି; ପିତାମ୍ବର ଆଚାର୍ଯ୍ୟ
- ‘ମୁଁ ଚ୍ୟାଲେଞ୍ଜ କରୁଛି, ୪୦୦ କ’ଣ ୨୦୦ ମଧ୍ୟ ପାର କରିପାରିବ ନାହିଁ ବିଜେପି’
- ନ୍ୟୁଜ୍ କ୍ଲିକ୍ ପ୍ରତିଷ୍ଠାତା ପ୍ରବୀର ପୁରକାୟାସ୍ତାଙ୍କ ଗିରଫଦାରୀକୁ ଅବୈଧ ଘୋଷଣା କଲେ ସୁପ୍ରିମ୍କୋର୍ଟ
- ‘କ୍ଷମତାକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବୁ
Comments are closed, but trackbacks and pingbacks are open.