Latest Odisha News

BREAKING NEWS

ଦୂତୀଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ କ’ଣ କହିଲେ ଓଡ଼ିଶା ଆଥଲେଟ, ଜାଣନ୍ତୁ…

ଭୁବନେଶ୍ୱର : ଦୌଡ଼ରାଣୀ ଦୂତୀ ଚାନ୍ଦ ରବିବାର ଦିନ ଗଣମାଧ୍ୟମରେ ନିଜର ସମଲିଙ୍ଗୀ ସମ୍ପର୍କ ସ୍ଥାପନ ନେଇ ସ୍ୱୀକାର କରିବା ପରେ ଏହାକୁ ନେଇ ଓଡିଶାର କିଛି ଜଣାଶୁଣା ଆଥଲେଟ୍ ନିଜନିଜର ମତ ପ୍ରକାଶ କରିଛନ୍ତି ।

ଏସମ୍ପର୍କରେ ଅନ୍ତର୍ଜାତୀୟ ମହିଳା କରାଟେକା ଭାଲେନା ଭାଲେଣ୍ଟିନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଗତବର୍ଷ ସେପ୍ଟେମ୍ବର ମାସ ୬ ତାରିଖରେ ସମଲିଙ୍ଗୀ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଥିଲେ । ଏଥିସହିତ ଯୌନସମ୍ପର୍କ ସ୍ଥାପନ ଏକ ସ୍ୱାଭାବିକ ପ୍ରକ୍ରିୟା ଓ ଏଥିରେ କୌଣସି ପ୍ରକାର ଭେଦଭାବ ଜଣେ ବ୍ୟକ୍ତିର ‘ବାକ୍ ସ୍ୱାଧୀନତା’ ଅଧିକାରର ଉଲଘଂନ କରୁଛି । ଏହାବ୍ୟତୀତ ଦୂତୀ ନେଇଥିବା ନିଷ୍ପତ୍ତି ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଏବଂ ନିଜ ଇଚ୍ଛା ମୁତାବକ ଜୀବନ ଅତିବାହିତ କରିବାର ଅଧିକାର ତାଙ୍କର ରହିଛି । କେହି ତାଙ୍କ ବ୍ୟକ୍ତିଗତ ମାମଲାରେ ଦଖଲ ଦେବା ଉଚିତ୍ ନୁହେଁ । ଆହୁରି ମଧ୍ୟ ଏନେଇ ତାଙ୍କର କ୍ୟାରିୟରରେ କୌଣସି ପ୍ରକାର ପ୍ରଭାବ ପଡିବନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।

ଏନେଇ ଆଉ ଜଣେ ଅନ୍ତର୍ଜାତୀୟ ଆଥଲେଟ୍ ପାର୍ବତୀ ସେଠୀ ଗଣାମଧ୍ୟମକୁ ସୂଚନା ଦେଇ କହିଛନ୍ତି, ଭାରତର ଏହି ମହିଳା ସ୍ପ୍ରିଣ୍ଟର୍ ନେଇଥିବା ନିଷ୍ପତ୍ତି ଠିକ୍ ନୁହେଁ ତଥାପି ଏଥିରେ କୌଣସି ସମସ୍ୟା ନାହିଁ । ଯେହେତୁ ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ସମ୍ପର୍କକୁ ସ୍ୱୀକୃତି ପ୍ରଦାନ କରିସାରିଛନ୍ତି । ତେବେ ଦୂତୀ ହେଲେ ଜଣେ ବ୍ରାଣ୍ଡ୍ ଆଥଲେଟ୍ ଏବଂ ଏହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

ସେହିପରି ଓଡିଶାର ଅନ୍ୟତମ ଉଦୀୟମାନ ଧାବକ ଅମିୟ ମଲ୍ଲିକ ଏସମ୍ପର୍କରେ କହିଛନ୍ତି ଯେ, ଓଡିଶା ଏକ ରୁଢିବାଦୀ ତଥା ରକ୍ଷଣଶୀଳ ପ୍ରଦେଶ । ଏଭଳି ଏକ ରାଜ୍ୟରେ ଦୂତୀ ନେଇଥିବା କଠିନ ନିଷ୍ପତ୍ତି ଲାଗି ତାଙ୍କ ସାହସିକତା ପ୍ରଶଂସନୀୟ ।

ଗଣମାଧ୍ୟମକୁ ଦେଇଥିବା ନିଜ ବୟାନରେ ଭାରତର ଦ୍ରୁତତମ ମହିଳା ସ୍ପ୍ରିଣ୍ଟର୍ ଦୂତୀ କହିଥିଲେ, ସେ ନିଜ ରାଜ୍ୟ ଓଡ଼ିଶାରେ ତଥା ନିଜର ଗାଁ ଚକ ଗୋପାଳପୁରରେ ନିଜ ପ୍ରେମୀଙ୍କ ସହିତ ସମ୍ପର୍କରେ ରହିଛନ୍ତି । ସେ ତାଙ୍କ ବାନ୍ଧବୀଙ୍କ ନାମ ପ୍ରକାଶ କରିବାକୁ ମଧ୍ୟ ସ୍ପଷ୍ଟ ମନା କରିଦେଇଛନ୍ତି, କାରଣ ସେ ଚର୍ଚ୍ଚାର ପରିସରକୁ ଏବେ ନ ଆସନ୍ତୁ ବୋଲି ସେ ଚାହୁଁଛନ୍ତି ।

ଅଧିକ ପଢନ୍ତୁ:- ମୁହଁ ଖୋଲିଲେ ଦୂତୀ: ନିଜ ବାନ୍ଧବୀଙ୍କ ସହ ରଖିଛନ୍ତି ସମଲିଙ୍ଗୀ ସମ୍ପର୍କ

Leave A Reply

Your email address will not be published.