ମାଡ୍ରାସ: ତାମିଲନାଡୁର ନଗର ନିଗମ ନିର୍ବାଚନରେ ଏକ ମଜାଦାର ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଜଣେ ପ୍ରାର୍ଥୀ ନିର୍ବାଚନରେ ଜିତିବା ପାଇଁ ୨ ଦିନ ପୂର୍ବରୁ ଲୋକମାନଙ୍କୁ ସ୍ୱର୍ଣ୍ଣ ମୁଦ୍ରା ବାଂଟିଥିଲେ । ଅବଶ୍ୟ ଏଗୁଡିକ ନକଲି ବୋଲି ପରେ ଜଣାପଡିଥିଲା । ପ୍ରକାଶିତ ଖବର ଅନୁସାରେ ମଣିମେଗାଲାଇ ଦୁରାଇପିଣ୍ଡିନାମକ ପ୍ରାର୍ଥୀ ଏହି ଚାଲାକି କରିଥିଲେ । କାଳେ ନକଲି ଜଣାପଡିବ ସେଥିପାଇଁ ଲୋକମାନଙ୍କୁ ନିର୍ବାଚନ ପରେ ଏହାକୁ ବ୍ୟବହାର କରିବା ପାଇଁ କହିଥିଲେ ।
ନିର୍ବାଚନ ପରେ ମୁଦ୍ରା ପାଇଥିବା ମତଦାତା ବଣିଆ ପାଖକୁ ଯିବାରୁ ଏହା ନକଲି ବୋଲି ଜଣା ପଡିଥିଲା । ଲୋକଙ୍କ ଅଭିଯୋଗ ସତ୍ୱେ ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ବୟାନ ଆସି ନାହିଁ ।
Comments are closed.