Latest Odisha News

BREAKING NEWS

ରୁଷ-ୟୁକ୍ରେନ ଯୁଦ୍ଧ: ଆତ୍ମସମର୍ପଣ ବଦଳରେ ଶହୀଦ ହେବାକୁ ପସନ୍ଦ କଲେ ୟୁକ୍ରେନର ୧୩ ବୀର ଯବାନ

କୀଭ:ରୁଷ ସେନା ଧିରେ ଧିରେ ୟୁକ୍ରେନ ରାଜଧାନୀ କୀଭ ଆଡେ ଅଗ୍ରସର ହେଉଛନ୍ତି । ଶକ୍ତିଶାଳୀ ରୁଷକୁ ସାମ୍ନା କରିବା ୟୁକ୍ରେନ ପକ୍ଷେ ସମ୍ଭବପର ହେଉ ନାହିଁ । ଆମେରିକା ଓ ନାଟୋ କୌଣସି ସହଯୋଗ ନ କରିବା ୟୁକ୍ରେନକୁ ଅସୁବିଧାରେ ପକାଇ ଦେଇଛି । ତଥାପି ନିଜ ଦେଶକୁ ବଂଚାଇବା ପାଇଁ ସେନାଙ୍କ ସଂଘର୍ଷ ଜାରୀ ରହିଛି ।

ଆଜି ସ୍ନେକ ଆଇସଲାଣ୍ଡ ଜଗି ରହିଥିବା ୧୩ ୟୁକ୍ରେନ ସେନାଙ୍କ ବୀର ଗାଥା ସବୁଠାରୁ ଚର୍ଚ୍ଚାର କାରଣ ସାଜିଛି । ରୁଷ ସେନା ସେମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏମାନେ ରାଜି ହୋଇ ନ ଥିଲେ । ରୁଷ ମିସାଇଲ ଆକ୍ରମଣରେ ଆଖି ବୁଜି ଦେଇଥିଲେ ଏହି ୧୩ଜଣ । ୟୁକ୍ରେନ ବିଦେଶମନ୍ତ୍ରଣାଳୟ ସେମାନଙ୍କୁ ହୀରୋ ଅଫ ୟୁକ୍ରେନ ସମ୍ମାନ ପ୍ରଦାନ କରିଛି ।

Comments are closed.