ମୁମ୍ବାଇ : ସିବିଆଇ କବଜାରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ଗ୍ରୁପ ଅପରେଟିଂ ଅଫିସର । କିଛି ବର୍ଷ ପୂର୍ବର ଏକ ଦୁର୍ନୀତି ମାମଲାରେ ଆନନ୍ଦ ସୁବ୍ରମଣ୍ୟମଙ୍କୁ ଗିରଫ କରିଛି ସିବିଆଇ । ଗୁରୁବାର ବିଳମ୍ବିତ ରାତିରେ ତାଙ୍କୁ ଚେନ୍ନାଇରୁ ଗିରଫ କରାଯାଇଛି । ଗିରଫ କରାଯିବା ପୂର୍ବରୁ ତାଙ୍କୁ ଦିନ ତମାମ ସିବିଆଇର ଅଧିକାରୀମାନେ ପଚରାଉଚରା କରିଥିଲେ ।
ସିବିଆଇ ତଦନ୍ତରୁ ଜାଣିବାକୁ ପାଇଛି ଯେ, ସୁବ୍ରମଣ୍ୟମ ୨୦୧୩ ମସିହାରେ ଏନଏସ୍ଇର ମୁଖ୍ୟ ରଣନୀତି ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ୨୦୧୫ରେ ତାଙ୍କୁ ପଦୋନ୍ନତି ମିଳିଥିଲା । ସେ ଏନଏସ୍ଇର ଗ୍ରୁପ ଅପରେଟିଂ ଅଫିସର ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ୨୦୧୬ରେ ଏନଏସ୍ଇରେ ଅନିୟମିତତା ନେଇ ଖବର ସାମ୍ନାକୁ ଆସିବା କ୍ଷଣି ସେ ପଦ ଛାଡ଼ି ଦେଇଥିଲେ । ଅଭିଯୋଗ ପରେ ଏହି ଦୁର୍ନୀତି ଘଟଣାର ତଦନ୍ତ ଆରମ୍ଭ କରିଥିଲା ସିବିଆଇ । ତେବେ ଚେନ୍ନାଇରେ ତାଙ୍କୁ ବିଭିନ୍ନ ଦିଗକୁ ନେଇ ପଚରାଉଚରା କରାଯାଇଛି ।
Comments are closed.