Latest Odisha News

BREAKING NEWS

କିଭ୍ ରେଲୱେ ଷ୍ଟେସନରେ ରକେଟ୍ ମାଡ଼ କଲା ରୁଷ୍ ସେନା

କିଭ୍(ୟୁକ୍ରେନ୍): ୟୁକ୍ରେନ-ରୁଷ ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି । ତିନି ପଟରୁ ଘେରି ୟୁକ୍ରେନ୍ ଉପରେ ଘନ ଘନ ହମଲା କରୁଛି ରୁଷ୍ ସେନା । କିଭ୍ ଦଖଲ ଦିଗରେ ଆଗକୁ ବଢୁଛି । ଯୁଦ୍ଧର ଅଷ୍ଟମ ଦିନରେ ୟୁକ୍ରେନର ରାଜଧାନୀ କିଭରେ ଏକ ବଡ଼ ଧରଣର ବିସ୍ଫୋରଣ କରିଛି ରୁଷ୍ ସେନା । କିଭ୍ ମୁଖ୍ୟ ରେଲୱେ ଷ୍ଟେସନ ନିକଟରେ ରକେଟ୍ ମାଡ଼ କରିଛି ।

ରକେଟ୍ ମାଡରେ ରେଲୱେ ଷ୍ଟେସନର କିଛି ଅଂଶ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ତେବେ ଏଥିରେ ମୃତାହତ ନେଇ କୌଣସି ସ୍ପଷ୍ଟ ସୂଚନା ମିଳ ନାହିଁ । କିଭରେ ଥିବା ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟ ବିଲଡିଂକୁ ଟାର୍ଗେଟ୍ କରି ରୁଷ୍ ରକେଟ୍ ମାଡ଼ କରିଥିଲା । ୟୁକ୍ରେନରେ ଅସ୍ଥିରତା ପାଇଁ ଘନ ଘନ ହମଲା କରୁଛି ରୁଷ୍ । ମିସାଇଲ୍ ଓ ରକେଟ ମାଡ଼ କରୁଛି ।

Comments are closed.