ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୧
ଆପଣଙ୍କ କଥା ପଚାରୁଥିଲେ । ମା’ ଶୋଇଛନ୍ତି ବୋଲି କହିଲି ଯେ, ଶୁଣିଛନ୍ତି ନା’ କେଜାଣି । ବହୁତ ତରବରରେ ଥିଲେ । ତାଙ୍କର ତ’ ଖାଲି ଫୋନ୍ ପରେ ଫୋନ୍..ସାଙ୍ଗେ ସାଙ୍ଗେ ପଳେଇଲେ ।
ଓଃ…
ଲଞ୍ଚ ପାଇଁ କ’ଣ ବନେଇବି?
କିଛି କରନା । ଇଛା ନାହିଁ । ତୁ ଯା’ ରେଷ୍ଟ ନବୁ । ପରେ ବରଂ ଇଛା ହେଲେ ନିଜେ ବନେଇବି । ଯା ଏଥର ।
ମୁଁ ତ’ ଅଛି, ଆପଣ କାହିଁକି ବନେଇବେ ? କୁହନ୍ତୁ ମୁଁ କରିଦେଇ ଯିବି ।
କହିଲିପା ଇଛା ନାହିାଁ
ଆଛା ରଘୁଵୀର୍ କହୁଥିଲା କାଲି ତତେ ମେଡିକାଲ ନେଇଥାନ୍ତା, ଚେକ୍ଅପ୍ ପାଇଁ । ନେଇଥିଲା?
…ହୁଁ…
ଠିକ୍ଠାକ ଅଛି ସବୁ ? ଅଲଟ୍ରାସାଉଣ୍ଡ କରେଇଲୁ?
ହଁ ମା’ ସବୁ ଠିକ୍ ଅଛି । ଡାକ୍ତର ଆଉ ପୁଳେ ଆଇରନ୍ ବଟିକା ଦେଲେ । ଆଉ ଗୋଟେ ଲୋସନ୍ ଦେଇଛନ୍ତି ପେଟରେ ଲଗେଇବାକୁ ।
ଭଲ ହେଲା । ହେଉ ତୁ ଏଇନା ଯା
ମୁଁ ଟିକେ ଗଡିବି । ମୁଣ୍ଡ ଟା ବିନ୍ଧୁଛି ।
ଆପଣ ତଳକୁ ଆସିଲେ କାହିଁକି? ମୁଣ୍ଡ ବିନ୍ଧୁଥିଲା ନା?
ଏବେ ଠିକ୍ ଲାଗୁଛି ମତେ । ଆରେ ସନ୍ଧ୍ୟା ହବାକୁ ବସିଲାଣି । ଘରଟା ଭିତରେ କେତେ ବସିବି । ତୁ କାଇଁ ଗଛରେ ପାଣି ଦେଉଛୁ କହିଲୁ? ସୁର ନାହିଁ କି?
ଯାଇଛି କୁଆଡ଼େ ବାହରକୁ । ଏମିତି ବି ବୋଉ କହେ, ଯେତେ ପାରୁଥିବୁ କାମ କରୁଥିବୁ । ହାତଗୋଡ଼ ସରବର ହୋଉଥିବ ତ
ଡେଲିଭରି ଟାଇମରେ ବେଶୀ ଦୁଃଖ ପାଇବୁନି ।
ଆଛା! ରଘୁବିର୍ ତୋ ଧ୍ୟାନ ରଖୁଛି ତ’ ଠିକରେ?
କୁହନ୍ତୁନି ମା’ , କାଲି ରାତିରେ ପାଦ ଫୁଲିଛି ଦେଖି ନିଜେ ପରା ସୋରିଷ ତେଲ ଗରମ କରି ଘଷିଦେଲେ । ମୁଁ ନା ନା କଲି ପାଦରେ ହାତ ମାରନା ବୋଲି, ସେ କେଉଁ ଶୁଣିଲେ କି, ଅଣ୍ଟା ବିନ୍ଧୁଛି ବୋଲି ପାଟିରୁ ବାହାରିଛି କି ନା’ ଅଣ୍ଟା ଚିପି ଦେଲେ । ଏତିକି କହି
ସୁକାନ୍ତି ଲାଜେଇ ଗଲା ।
ଆରାଧ୍ୟା ମୁହଁରେ ସ୍ମିତ ହସ । ତାଙ୍କ ଖୁସି ଦେଖି ପେଟ ପୁରିଯାଏ ।
କ୍ରମଶଃ……
Comments are closed.