Latest Odisha News

ମେ’ ୨୬ରେ ବିଜେଡି ବିଧାୟକ ଦଳ ବୈଠକ, ନିର୍ବାଚିତ ହେବେ ନୂଆ ନେତା

ଭୁବନେଶ୍ୱର : ନବନିର୍ବାଚିତ ବିଜେଡି ବିଧାୟକମାନେ ରବିବାର ଦିନ ଏକ ବୈଠକରେ ଦଳର ନୂଆ ନେତାଙ୍କୁ ଚୟନ କରିବେ ।

ଦଳର ମୁଖପାତ୍ର ସସ୍ମିତ ପାତ୍ରଙ୍କ ସୂଚନାନୁଯାୟୀ, ନବନିର୍ବାଚିତ ବିଧାୟକମାନେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟିବେ । ଏହାପରେ ରବିବାର ଦିନ ବିଧାୟକମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ସେମାନେ ନୂଆ ନେତାଙ୍କୁ ଚୟନ କରିବେ ।

ବୈଠକ ପରେ ବିଜେଡି ଅଧ୍ୟକ୍ଷ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିବା ସହ ଆନୁଷ୍ଠାନିକ ଭାବେ ନୂଆ ସରକାର ଗଠନ ଲାଗି ଅନୁରୋଧ କରିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.