ଝାରସୁଗୁଡ଼ା: କଏଦୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆଜି ଝାରସୁଗୁଡ଼ା ଜିଲ୍ଳା ଉପ-କାରାଗାରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ରେଞ୍ଜ ଡିଆଇଜି ଅନସୂୟା ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇ, ଏଲଇଡି ବଲବ୍, ଏସେମ୍ବଲିଂ ୟୁନିଟ୍ ଏବଂ ଡିଟରଜେଣ୍ଟ ପାୁଡର ତିଆରି ୟୁନିଟକୁ ଉଦଘାଟନ କରିଛନ୍ତି ।
ଉପକାରାଗାରରେ ଥିବା ଅନ୍ତେବାସୀମାନଙ୍କୁ ଆତ୍ମନିର୍ଭରଶୀଳ କରିବାସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଡିଆଜି ଅନସୁୟା ଜେନା କହିଛନ୍ତି । ଅନ୍ୟପଟେ ଏହା କଏଦୀମାଙ୍କୁ ଆତ୍ମନିର୍ଭର ହୋଇ ସମାଜ ମୁଖ୍ୟସ୍ରୋତକୁ ଫେରିବା ପାଇଁ ସହାୟକ ହେବ ବୋଲି ଅନ୍ତେବାସୀମାନେ ମଧ୍ୟ ଖୁସି ପ୍ରକାଶ କରିଛନ୍ତି । ତେବେ ଜେଲ ଅନ୍ତେବାସୀଙ୍କୁ ସପ୍ତାହରେ ତିନିଦିନ ସ୍ପୋକେନ ଇଂଲିଶ କ୍ଲାସ ଏବଂ ତିନି ଦିନ କମ୍ପୁଟର କ୍ଲାସ ମଧ୍ୟ ପ୍ରଦାନ କରାଯାଉଛି ।
Comments are closed.