Latest Odisha News

BREAKING NEWS

ବିଶ୍ୱକପ ସୁଟିଂରେ ସ୍ୱର୍ଣ୍ଣ ଜିଣିଲେ ଅପୂର୍ବୀ ଚଣ୍ଡେଲା

ମ୍ୟୁନିକ: ଆଇଏସଏସଏଫ ବିଶ୍ୱକପ ରାଇଫଲ୍ ଓ ପିସ୍ତଲ ପ୍ରତିଯୋଗିତାର ମହିଳା ବିଭାଗ ୧୦ ମିଟର୍ ଏୟାର ରାଇଫଲ୍ ବର୍ଗରେ ଭାରତୀୟ ସୁଟର୍ ଅପୂର୍ବୀ ଚଣ୍ଡେଲା ସ୍ୱର୍ଣ୍ଣ ପଦକ ହାସଲ କରିପାରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଜର୍ମାନୀର ମୁୃ୍ୟନିକଠାରେ ଅନୁଷ୍ଠିତ ହେଉଥିବା ଆଇଏସଏସଏଫ ସୁଟିଂ ବିଶ୍ୱକପ ପ୍ରତିଯୋଗିତାରେ ସର୍ବାଧିକ ୨୫୧ ପଏଣ୍ଟ ହାସଲ କରି ଅପୂର୍ବୀ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

ତେବେ ୨୦୦୯ରେ ଅପୂର୍ବୀଙ୍କ ଏହା ୨ୟ ବିଶ୍ୱକପ ସ୍ୱର୍ଣ୍ଣ ପଦକ ହାସଲ । ଏହି ସ୍ୱର୍ଣ୍ଣପଦକ ସହିତ ଏହି ଉଦୀୟମାନ ଭାରତୀୟ ଯୁବ ସୁଟିଂ ତାରକା ୧୦ ମିଟର ରାଇଫଲ୍ ବିଭାଗରେ ବିଶ୍ୱର ୧ ନମ୍ବର ସୁଟର୍ ହେବାର ଆଖ୍ୟା ଅର୍ଜନ କରିପାରିଛନ୍ତି ।

Leave A Reply

Your email address will not be published.