Latest Odisha News

BREAKING NEWS

କାଳବୈଶାଖୀ ଆଶଙ୍କା: ୪ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୪ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି ।

ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ସୁନ୍ଦରଗଡ, ମୟୁରଭଞ୍ଜ, କଳାହାଣ୍ଡି ଓ ନୂଆପଡା ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିମି.ବେଗରେ ପବନ ବୋହିବା ସହ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ପ୍ରାୟ ଦ୍ୱିପ୍ରହର ୩ଟା ୩୦ମି.ରୁ ସନ୍ଧ୍ୟା ୬ଟା ୩୦ମି. ମଧ୍ୟରେ ବର୍ଷା ସହ ଝଡତୋଫାନ ହେବାର ଆଶଙ୍କା ରହିଛି ।

Leave A Reply

Your email address will not be published.