ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୧
ଓଃ…କି ଅଡ଼ୁଆ ପରିସ୍ଥିତି!nସୁକାନ୍ତି ଆସିଯାଆନ୍ତା କି.. । ସେ ମୁକ୍ତ ହୁଅନ୍ତା!
ରଘୁବୀର ଓ ସୁକାନ୍ତିର ଫେରି ଆସିବା ଦେଖି ଆଶ୍ୱସ୍ତ ହେଲା । କେୟାର ନେଉଥା କହି ଫେରି ଆସିଲା କୁମାର । ସାର୍ଙ୍କୁ ବି ୟାଙ୍କ ଅସୁସ୍ଥତା ବିଷୟରେ ଅବଗତ କରାଇ ଦେବା ନିହାତି ଜରୁରୀ । ମ୍ୟାଡ଼ମ୍ଙ୍କର ଅବସ୍ଥା ନାହିଁ । ସେ ଜଣାଇପାରିବେ ନାହିଁ । ଆଉ ଯେତିକି ଜାଣେ ତାଙ୍କୁ , ସେ କେବେ ଜଣାଇବେ ନାହିଁ ମଧ୍ୟ । ତାକୁ ହିଁ କରିବାକୁ ପଡ଼ିବ । ପୁଣି ଅଫିସର ଦାୟିତ୍ୱ । ଆଉ କିଛି କାମ ବାକି ଅଛି । ମତେ ସମୟ ଲାଗିବ । ଅଫିସ କଥା ଦେଖୁଥାଅ । ଅରୁକୁ ଯେଉଁ ଡ଼କ୍ଟରଙ୍କ ପାଖକୁ ନେବାର ଅଛି ବୋଲି କହୁଛ, ତୁମେ ନେଇଯାଅ । ଜାଣିଛି ତୁମକୁ ଅଧିକ ପ୍ରେସର ପଡ଼ିବ । ଟିକେ ହ୍ୟାଣ୍ଡଲ୍ କରୁଥାଅ କୁମାର, ମୁଁ ଫେରିବା ଯାଏ ।
ସାର୍ଙ୍କ ମେସେଜ ଦେଖି ସେ ଆଶ୍ଚର୍ଯ୍ୟ । ସତରେ କ’ଣ ତାଙ୍କୁ ବିଶେଷ କିଛି ଫରକ୍ ପଡ଼ିଲା ନାହିଁ? ଅଫିସ କଥା ଠିକ୍ ଅଛି । କିନ୍ତୁ ମ୍ୟାଡ଼ମ୍! ତାଙ୍କ କଥାଟା ୟା ଉପରେ ସମ୍ପୂର୍ଣ୍ଣ ଛାଡ଼ି ଦେବାଟା.. ଛାଡ଼..ସେ ତ’ ନାହାନ୍ତି, ଏଠି ତାଙ୍କର ଆଉ ବା କିଏ ଅଛି? ବାଟ ଆଉ କ’ଣ? ସେଥିପାଇଁ କହିଥିବେ ।
ପରବର୍ତ୍ତୀ ଚାରିଦିନ ଯାଏ ଲୁଇସ୍ ଭିଲ୍ଲାକୁ ଯାଇପାରିଲା ନାହିଁ କୁମାର । କାମ ପ୍ରେସର, ବା ନିଜକୁ ଆରଧ୍ୟା ସାମ୍ନାରେ ସାମ୍ନା କରିବାର ସାହସ ଜୁଟାଇ ପାରିଲା ନାହିଁ । କାଇଁ ସେ ତ’ କିଛି ଭୁଲ କରିନାହିଁ । ପୁଣି ସାହସର ପ୍ରଶ୍ନ ଉଠୁଛି କୋଉଠୁ । ଓଃଫ୍. କି…ଦ୍ୱନ୍ଦ…
ଆରାଧ୍ୟା ସାମାନ୍ୟ ସୁସ୍ଥ ହେଇଛି । ମେଡ଼ିସିନ୍ ଖାଇ ଜର କମିଛି । ସୁକାନ୍ତି ଯତ୍ନ ନେବାରେ ତିଳେମାତ୍ର ଅବହେଳା କରୁନାହିଁ । ନ’ ଯାଇ ପାରିଲେ ମଧ୍ୟ, ପ୍ରତି ଦିନର ଖବର ରଖୁଛି କୁମାର । ବାରବାର ଫୋନ୍ କରି ସୁକାନ୍ତି ଠାରୁ ସବୁ ବୁଝେ ।
କ୍ରମଶଃ……
Comments are closed.