Latest Odisha News

କବିତା : ଦିନିକିଆ ପଖାଳ

ଶ୍ରୀମାନ ସର୍ବଗିଳା 

ଯେବେଠାରୁ ଯୁଗ ଆଗେଇଲା
ଓଡ଼ିଆଙ୍କ ପଖାଳ କଂସା ପ୍ରମୋସନ ପାଇ
ଢ଼ାବା, ଷ୍ଟାର ହୋଟେଲରେ ପଶିଲା

ଏବେ ବରଷକେ ଏଇ ଦିନ ଆସୁଛି
ଚାର୍ଟ ଚାଉମିନ ହଟ ପିଜାଖିଆ ପାଟି
ପଖାଳ କଂସାକୁ ଖୋଜୁଛି

ଚୁନା ମାଛ ବଡି ଚୁରାକୁ ଶାଗ ଭଜା ଘରଣୀ ଭାଜୁଛି
ଯେବେ ଏଇ ପଖାଳ ଦିବସ ଆସୁଛି
ମୃଦୁ ପାନୀୟ ବିଅର ପିଆ ପାଟି
ଦହି ମିଶା ତୋରାଣି ଲୋଡୁଛି ଲଲ

ଘରଣୀଙ୍କ ତାଗିଦ, ଡାକ୍ତର କରିଛନ୍ତି ମନା
ଡାଇବେଟିସ ରୋଗୀ ବୋଲି ମୁଁ କହୁଛନ୍ତି
ଗରମ ହେଉ କି ପଖାଳ ମୋଟେ ବି ଛୁଅଁନା,

ମୁଁ କିଣିଛି ପୋହଳା ମାଛ
ବେସର କରି ଗେମ୍ଫୁଛି କଂସାଏ ପଖାଳ
ମତେ କହେ, ଲୋଭକରି ଚାହଁନା ମୋ’ ଆଡେ
କି ମୋ ପେଟରେ ପଶନା

Comments are closed.