Latest Odisha News

BREAKING NEWS

ବରେନ୍ଦ୍ରକୃଷ୍ଣ ଧଳଙ୍କ ତୈଳଚିତ୍ର ଉନ୍ମୋଚିତ

କଟକ : ଉତ୍କଳ ସାହିତ୍ୟ ସମାଜ ଓ ବରେନ୍ଦ୍ରକୃଷ୍ଣ ଧଳ ସ୍ମୃତିନ୍ୟାସ ପକ୍ଷରୁ କଟକ ଶ୍ରୀରାମଚନ୍ଦ୍ର ଭବନରେ ବିଶିଷ୍ଟ ସାହିତ୍ୟିକ ତଥା ସାମ୍ବାଦିକ ବରେନ୍ଦ୍ର କୃଷ୍ଣ ଧଳଙ୍କ ତୈଳ ଚିତ୍ର ଉନ୍ମୋଚିତ ହୋଇ ଯାଇଛି । ଏହି ଅବସରରେ ଚିତ୍ରଶିଳ୍ପୀ ରବି ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଯାଜ୍ଞସେନୀ ଧଳଙ୍କୁ ବରେନ୍ଦ୍ରକୃଷ୍ଣ ଧଳ ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥିଲା।

ଉତ୍କଳ ସାହିତ୍ୟ ସମାଜର ଉପସଭାପତି ସଞ୍ଜିତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଏହି ଉନ୍ମୋଚନ ଉତ୍ସବରେ ପୂର୍ବତନ ସୂଚନା କମିଶନର ଜଗଦାନନ୍ଦ ମୁଖ୍ୟ ଅତିଥି ଭାବରେ, ବିଧାୟକ ଅତନୁ ସବ୍ୟସାଚୀ ନାୟକ ସମ୍ମାନିତ ଅତିଥି ଭାବରେ ଏବଂ ପ୍ରସାଦ ହରିଚନ୍ଦନ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ।

ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତା ତଥା ସାହିତ୍ୟ ମାଧ୍ୟମରେ ସମାଜର ଚିତ୍ରକୁ ପରିସ୍ଫୁଟ କରିବାରେ ଯେମିତି ଦକ୍ଷ ଥିଲେ, ଓଡ଼ିଆ ଜାତିର ଅସ୍ମିତା ରକ୍ଷା କରିବା ପାଇଁ ଆଜୀବନ ପ୍ରୟାସରତ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସାମ୍ବାଦିକ, ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Comments are closed.