ନୂଆଦିଲ୍ଲୀ: ଲଗାତର ଦ୍ୱିତୀୟ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ବୁଧବାର ଦିନ ପୁଣି ଥରେ ତୈଳ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲର ଦାମ ବଢାଇଛନ୍ତି । ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ହୋଇଛି। ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୭.୦୧ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୮୮.୨୭ ଟଙ୍କାକୁ ବୃଦ୍ଧି ପାଇଛି।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ବ୍ୟାରେଲ ପିଛା ୧୧୫ ଡଲାର ଅତିକ୍ରମ କରିଛି। ବୁଧବାର ଦିନ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା ୦.୪୧ ପ୍ରତିଶତ ବୃଦ୍ଧି ପାଇ ୧୧୬ ଡଲାରରେ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ, ଗତକାଲି ମଧ୍ୟ ପେଟ୍ରୋଲ ଓ ଡିଜେଲ୍ ଦାମରେ ୮୦ ପଇସା ବୃଦ୍ଧି ହୋଇଥିଲା ।
ବୁଧବାର ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୭.୦୧ ଟଙ୍କା ଏବଂ ଡିଜେଲର ମୂଲ୍ୟ ୮୮.୨୭ ଟଙ୍କାକୁ ବୃଦ୍ଧି ପାଇଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୧୧.୬୭ ଟଙ୍କାରେ ପହଞ୍ଚିଥିବାବେଳେ ଏକ ଲିଟର ଡିଜେଲ ୯୫.୮୫ ଟଙ୍କାରେ ବିକ୍ରି ହେଉଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୬.୩୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୧.୪୨ ଟଙ୍କାରେ ବିକ୍ରି ହେଉଛି।
Comments are closed.