Latest Odisha News

BREAKING NEWS

ବିବେକଙ୍କ ବିବାଦୀୟ ବୟାନ: ଭୋପାଳୀ ମାନେ ହୋମୋସେକ୍ସୁଆଲ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ଫିଲ୍ମ ନେଇ ଏବେ ସାରା ଭାରତରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ନିକଟରେ ଏକ ସାକ୍ଷାତକାରରେ ତାଙ୍କର ଏକ ବୟାନକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସେ କହିଛନ୍ତି ମୁଁ ଭୋପାଳରେ ଛୋଟରୁ ବଡ ହୋଇଛି, କିନ୍ତୁ ଭୋପାଳୀ ନୁହେଁ । ଭୋପାଳୀ ଶବ୍ଦର ଅର୍ଥ ମୁଁ ଆପଣଙ୍କୁ ଖାଲି ସମୟରେ ବୁଝାଇବି ବୋଲି ସେ ରିପୋର୍ଟରଙ୍କୁ କହିଥିଲେ । ଖାଲି ଏକିତି ଜାଣି ରଖ ଯେ, ସରଳରେ ଏହାର ମାନେ ହେଲା ହୋମୋସେକ୍ସୁଆଲ । ଅନ୍ୟ ଅର୍ଥରେ ନୱାବୀ ୱାଲା ଶୌକ ।

ଏହି ବୟାନ ନେଇ ବିବାଦ ସୃଷ୍ଟି ହେବା ଆରମ୍ଭ ହୋଇଛି । ସୂଚନାଯୋଗ୍ୟ, ବିବେକଙ୍କ ୧୨ କୋଟି ବଜେଟର ଦି କଶ୍ମୀର ଫାଇଲ୍ସ ଲୋକଙ୍କୁ ଏତେ ଭଲ ଲାଗୁଛି ଯେ ଏହା ୨୦୦ କୋଟିରୁ ଊର୍ଦ୍ଧ୍ୱ ଆୟ କରି ସାରିଲାଣି ।

Comments are closed.