ଆଜି ସରିବ ବିଧାନସଭା ବଜେଟ ଅଧିବେସନ
ଆଜି ସରିବ ବଜେଟ ଅଧିବେସନା ,ଶେଷ ଦିନରେ ଆଜି ଗୃହରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍
ଭୁବନେଶ୍ୱର : ଆଜି ସରିବ ବଜେଟ ଅଧିବେସନ ।ବଜେଟ ଅଧିବେସନର ଶେଷ ଦିନରେ ଆଜି ଗୃହରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ଗତ କାଲି ୪ ମାସ ପାଇଁ କାମଚଳା ବଜେଟ ଉପସ୍ଥାପନା କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ୧ ଲକ୍ଷ ୬ହଜାର ୪ ଶହ ୯୮ କୋଟି ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ।
ଆଜି ଏହି ବିଲକୁ ବିଧାନସଭାରେ ପାରିତ କରାଯିବ । ଆଜି ଗୃହରେ ପ୍ରଶ୍ନକାଳ ମଧ୍ୟ ରହିଛି । ବିଭିନ୍ନ ବିଷୟ ନେଇ ବିରୋଧୀ ଶାଶକଙ୍କୁ ପ୍ରଶ୍ନ ପଚାରି ପାରନ୍ତି ।ଆଜି ଗୃହରେ ବାଣିଜ୍ୟ, ଓଡିଆ ଭାଷା. ଜଳ ସମ୍ପଦ ଯୋଜନା,ପର୍ଯ୍ୟଟନ କ୍ରୀଡା , ଯୁବ କଲ୍ୟାଣ. ସୂଚନା ଲୋକ ସମ୍ପର୍କ , ସଂସ୍କୃତି , ଇଲେକ୍ଟ୍ରୋନିକ୍ସ ଓ ପରିବହନ ବିଭାଗର ପ୍ରଶ୍ନକାଳ ରହିଛି । ଶେଷ ଦିନରେ ଗୃହରେ ବିରୋଧି ବିଭିନ୍ନ ପ୍ରସଙ୍ଗ ଗୃହରେ ଉଠାଇ ପାରନ୍ତି । ତେଣୁ ଗୃହ ସରଗରମ ରହିବ ।
Comments are closed.