Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ବଡ ପାଇଖାନା


ବଳିଆ ଭାଇ ପଚାରିଲେରେ ଜଗା
ଆମର ତ ପାଇଖାନାର ଆବଶ୍ୟକତା ନାହିଁ;
କଣ ପାଇଁ କରୁଛନ୍ତି ଗୋଟେ ଆମ ପାଇଁ
ପୁଣି ଗୋଟେ ଭଉଣୀ ଓ ତୋ ସ୍ତ୍ରୀ ପାଇଁ?

ଜଗା କହିଲେ – ଭାଇ ଆମେମାନେ ସିନା
ମଣିଷ ପରି ନାନା ଅଭ୍ୟାସ କରିଛେ;
ହେଲେ ଖାଇବା ଓ ମଳତ୍ୟାଗ କରିବା
କାମଟିକୁ ତ ମଣିଷଙ୍କ ପାଇଁ ଚାଡ଼ିଛେ!

ସେଥିପାଇଁ ଆମେ ସମ୍ମାନର ପାତ୍ର
ଏବଂ ସାରା ଜଗତରେ ପୂଜନୀୟ;
ଆଉ ମଣିଷ ଖାଇ ଖାଇ ମଳ ଥୋଇ
ଥୋଇ ଅନେକ ସମୟେ ବର୍ଜନୀୟ!

ତେବେ ଆମର ସେସବୁ ଆବଶ୍ୟକ
ନଥିଲା କି ଏବେ ମଧ୍ୟ ନାଇଁ;
ସେମାନେ ତେଣୁ ବାହାରେ ନିର୍ମାଣ
କରୁଛନ୍ତି ଜାତିଭାଇଙ୍କ ପାଇଁ!

ବଳିଆ ପଚାରିଲେ ତାହେଲେ
ଖୋଲୁଛନ୍ତି କାହିଁକି ଏଡ଼େ ବଡ ଟାଙ୍କି?
ଜଗା ବୁଝେଇଲେ ଆମର ତ ସବୁ ବଡ
ତେଣୁ ଆମ ନାଁରେ ଦେଉଛନ୍ତି ହାଂକି!

ବଳିଆ କହିଲେ ଭଲ ହେଲା ଏଥର
ପେଟରେ ମଇଳା ରଖି ଆସିବେନି କିଏ;
ଜଗନ୍ନାଥ କହିଲେ ଭାଇ ମଣିଷର
ପେଟରେ ନୁହଁ ହୃଦୟରେ ମଇଳା ଥାଏ!

Comments are closed.