Latest Odisha News

BREAKING NEWS

ବିନୟ କ୍ୱାତ୍ରା ହେବେ ନୂଆ ବୈଦେଶିକ ସଚିବ

ଆସନ୍ତା ବର୍ଷ ଜି-୨୦ ସମ୍ମିଳନୀ ବୁଝିବେ ଏବେର ସଚିବ ହର୍ଷ ଶ୍ରିଙ୍ଗଲା

ନୂଆଦିଲ୍ଲୀ: ଆସନ୍ତା ମାସ ପହିଲାରୁ ଭାରତର ନୂଆ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସଚିବ ହେବେ ବିନୟ କ୍ୱାତ୍ରା । ଏବେ ପଡ଼ୋଶୀ ନେପାଳର ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ହୋଇଛନ୍ତି ୧୯୮୮ ବ୍ୟାଚ୍ ଆଇଏଫଏସ ଅଫିସର ବିନୟ ।

ନୂଆ ନିଯୁକ୍ତି ସହ ବର୍ତ୍ତମାନର ବୈଦେଶିକ ସଚିବ ହର୍ଷ ଶ୍ରିଙ୍ଗଲାଙ୍କୁ ଜି-୨୦ ସମ୍ମିଳନୀର କୋର୍ଡିନେଟର ଦାୟିତ୍ୱ ମିଳୁଥିବା ଜଣାପଡ଼ିଛି ।
ଆସନ୍ତା ବର୍ଷ ନଭେମ୍ବରରେ, ଭାରତରେ ପ୍ରଥମ ଥର ଜି-୨୦ ସମ୍ମିଳନୀ ହେବାକୁ ଯାଉଛି । ଜାତୀୟ ରାଜଧାନୀରେ ହେବାକୁ ଥିବା ସମ୍ମିଳନୀରେ ହର୍ଷ ଅତି ଗୁରୁତ୍ୱପୂର୍ଣ୍ ଭୂମିକା ନେବେ ।

ନୂଆ ସଚିବଙ୍କ ଅଭିଜ୍ଞତା ବେଶ୍ ଉତ୍ସାହଜନକ ରହିଛି । ସେ ର୍ପୂବରୁ ଫ୍ରାନ୍ସରେ ରାଷ୍ଟ୍ରଦୂତ ଦାୟିତ୍ୱ ତୁଲାଇଛନ୍ତି । ତା ସହ ବିନୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଅଭିଜ୍ଞତା ରଖିଛନ୍ତି । ଆମେରିକା, ଇରାନ, ପାକିସ୍ତାନ ଓ ଆଫଗାନିସ୍ତାନ ଭଳି ଦେଶର ଦାୟିତ୍ୱରେ ରହି ପିଏମଓରେ କାର୍ଯ୍ୟ କରିଛନ୍ତି ।

ବିନୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ଘନିଷ୍ଠ ସମ୍ପର୍କ ରହିଛି । ଆସନ୍ତା ୩୦ ତାରିଖରେ ହର୍ଷଙ୍କ କାର୍ଯ୍ୟକାଳ ସରୁଥିବା ବେଳେ, ବିନୟ ସେହି ଦିନ ନୂଆ ସଚିବ ଭାବେ ଯୋଗ ଦେବେ ।

Comments are closed.