ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୫୯
ସବୁବେଳେ ସେଇଟା ଭଲ ଲାଗିବ ବୋଲି କ’ଣ କିଛି ମାନେ ଅଛି? ଲାଇଫ୍ରେ ମଝିରେ ମଝିରେ ଟିକେ ଡିଫେରେଣ୍ଟ ଦର୍କାର କି ନାହିଁ? ଟିକେ ୱାଇଡ୍ ୱାଲା ଫିଲିଙ୍ଗସ୍ ।
ଓଫଃ….ଆଲିଆ ସେ ସବୁରେ ଏକଦମ୍ ମାହିର୍ । ଏମିତି କୌଣସି ରାତି ଯାଇନାହିଁ ଯେବେ ଆଲିଆ ତା’କୁ କୁଲ୍ ହେବାର ଚାନ୍ସ ଦେଇଛି । ଗୋଟେ ପୁରୁଷ କେଉଁଥିରେ ସନ୍ତୁଷ୍ଟ ହୁଏ, ସେ ତରିକା ତାକୁ ବେଶ୍ ଜଣା । ଏ ବାବଦରେ ଆଲିଆ ସହ କାଟିଥିବା ଟାଇମ୍ ଇଜ୍ ଦ’ ବେଷ୍ଟ ଟାଇମ୍ ଇନ୍ ହିଜ୍ ଲାଇଫ୍ ।
କୁମାର ଭାବିଥିଲା ସାର୍ ଫେରିବା ପରେ ସବୁ ଠିକ୍ ହେଇଯିବ । କିନ୍ତୁ ଏଠି ତ’ ଓଲଟା । ବୈଭବ ସାର୍ ଆସିବାର ଗୁଡାଏ ଦିନ ହେଲାଣି । ସେ ଯେତେ ଥର ବିଜିପୁର କଥା କହୁଛି, ତାଙ୍କର ସେମିତି କିଛି ରିଆକ୍ସନ୍ ନାହିଁ । ଇନ୍ଫ୍ୟାକ୍ଟ କୈଣସି କଥାରେ ଯେମିତି ମନ ନ’ଥିଲା ପରି ଲାଗୁଛି । କିନ୍ତୁ ସେ’ ବା କ’ଣ କରିପାରିବ? ମେନ୍ ପାୱାର ତ’ ସାର୍ଙ୍କ ହାତରେ । ସେ ବୁଝୁ ନାହାନ୍ତି କାହିଁକି ଯେ? ସେଠିକାର ଦେଢ଼ଶହ ଏମ୍ପଲଇ ଦୁଇ ମାସ ହେଲା ଦରମା ପାଇନାହାନ୍ତି । ଆଗକୁ ପରିସ୍ଥିତି ଖରାପ ହେଇପାରେ । ଏଇ ପ୍ରଥମ ଥର ସାର୍ଙ୍କର ବ୍ୟତକ୍ରମ ସେ ଲକ୍ଷ କରୁଛି । ପ୍ରାୟ ଟାଇମ୍ ଅନ୍ୟମନସ୍କରେ ରହୁଛନ୍ତି । ଛାଡ଼, ସେ ଅଧିକ ଟେନ୍ସନ୍ ନେବନି । ତା’ କାମରେ ମନ ଦେବ । ସାର୍ ବଳେ ତା’ଙ୍କ ଆଡୁ ପଚାରିଲେ ସେ କହିବ ।
ଯା’ ହେଉ କୁମାର, ମୋ ଅନୁପସ୍ଥିତିରେ ଅନେକ କିଛି ସମ୍ଭାଳି ନେଇଥିଲ ।
କେଉଁଠି ସାର, ବିଜିପୁର କଥା ତ ସେମିତି ଅଧାରେ ଝୁଲୁଛି । କହୁନଥିଲି?
ଆରେ ହଁ, ମୁଁ ଜାଣିଛି, ସେଠିଥିବା ବେଳେ ତା’ର ଏକାଉଣ୍ଟିଙ୍ଗ୍ ଚାର୍ଜଟା ମୁଁ ଆଲିଆକୁ ଦେଇଥିଲି । ଅନ୍ ଲାଇନ୍ରେ, ସେ କିଛି
ଡିଲ୍ ବି କରିଥିଲା । ଆଉ କିଛି ଲିଗାଲ୍ ପେପର, କିଛି ଡ଼କ୍ୟୁମେଣ୍ଟସ୍ ବି ତା’ ପାଖରେ ଅଛି । ସେ ତ’ ଫେରିବା ଦିନୁ ଛୁଟିରେ । ଡୋଣ୍ଡ ୱରି । ସେ ଆସୁ, ଦେଖିବା ।
ଓକେ ସାର୍ ।
କ୍ରମଶଃ
Comments are closed.