Latest Odisha News

BREAKING NEWS

ଅସହ୍ୟ ହେଉଛି ତାତି , ଜଳୁଛି ପଶ୍ଚିମ ଓଡିଶା

ବଲାଙ୍ଗୀର : ତତଲା କଡେଇରେ ସିଝୁଛି ଓଡିଶା । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ । ବୈଶାଖ ମାସ ଆରମ୍ଭ ନେଉଣୁ ଅଥୟ କଲାଣି ପ୍ରଚଣ୍ଡ ଖରାର ତାପ । ପଶ୍ଚିମ ଓଡିଶାରେ ଖରାର ପ୍ରଚଣ୍ଡ ତାପ ଅନୁଭୁତ ହେଉଛି ।

ଗତକାଲି ବଲାଙ୍ଗୀର , ବୌଦ୍ଧ ,ଝାରସୁଡା, ବାରିପଦା, ଟିଟିଲାଗଡରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା ।ସେହିପରି ସୋନପୁରରେ ତାପମାତ୍ରା ୪୦.୮ , ଅନୁଗୁଳରେ ୪୦.୭ , ତାଳଚେରରେ ୪୦.୪ , ସମ୍ବଲପୁରରେ ୪୦.୨ ତାପମ।ତ୍ରା ଥିଲା ।

ପ୍ରବଳ ଖରା ସହ ଅସହ୍ୟ ଗୁଳୁଗୁଳିରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନରେ ଘରୁ ବାହାରିବା ମୁସ୍କିଲ କରିଦେଉଛି । ଆଗକୁ ଆହୁରୀ ତାପମାତ୍ରା ବଢିପାରେ ବୋଲି ଅନୁମାନ କରାଯାଉଛି ।

Comments are closed.