Latest Odisha News

BREAKING NEWS

ଆସନ୍ତାକାଲି ଭୁବନେଶ୍ୱର ପହଞ୍ଚିବ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର

ଭୁବନେଶ୍ୱର: ଓଡ଼ିଆ ପର୍ବତାରୋହୀ କଳ୍ପନା ଦାଶଙ୍କ ମୃତଦେହ ଶନିବାର ରାତିରେ ଦିଲ୍ଲୀରୁ ଫେରିବାର କାର୍ଯ୍ୟକ୍ରମ ରହିଥିଲା, ମାତ୍ର କାରଣବଶତଃ ରବିବାର ସକାଳ ୭ଟା ବେଳେ ଭୁବନେଶ୍ୱର ପହଞ୍ଚିବ ।

ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ଏନେଇ ସୂଚନା ପ୍ରକାଶ ପାଇଛି । ସରକାରୀ ସୂଚନାନୁଯାୟୀ, କଳ୍ପନାଙ୍କୁ ଆଣୁଥିବା ବିମାନର ବିଳମ୍ବ ଯୋଗୁଁ ଦିଲ୍ଲୀରେ ମରଶରୀର ପହଞ୍ଚିବାରେ ବିଳମ୍ବ ଘଟିଛି ।

ଏହାଫଳରେ ରବିବାର ଦିନ ଓଡ଼ିଆ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀରକୁ ଏୟାର ଇଣ୍ଡିଆର ଦିଲ୍ଲୀ-ଭୁବନେଶ୍ୱର ବିମାନରେ ଓଡ଼ିଶା ଅଣାଯିବ । କଳିଙ୍ଗ ଷ୍ଟାଡ଼ିୟମରେ ମରଶରୀରକୁ ଏକ ଘଣ୍ଟା ଲାଗି ରଖାଯିବାର ବ୍ୟବସ୍ଥା ହୋଇଛି । ଦିନ ୯.୪୫ ରୁ ୧୦.୪୫ ପର୍ଯ୍ୟନ୍ତ କଳିଙ୍ଗ ଷ୍ଠାଡ଼ିୟମର ସ୍କାଏ ୱାକ ୫ ନିକଟରେ ରଖାଯିବ । ଏଠାରେ ଜନସାଧାରଣ କଳ୍ପନାଙ୍କ ମରଶରୀରର ଶେଷଦର୍ଶନ କରିପାରିବେ ।

ସେଠାରୁ ତାଙ୍କର ମରଶରୀରକୁ ଢେଙ୍କାନାଳ ସହର କାଞ୍ଚନ ବଜାର କୁମ୍ଭାରସାହିରେ ଥିବା ତାଙ୍କର ବାସସ୍ଥାନକୁ ନିଆଯିବ ।

କଳ୍ପନାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି ଯେ, ତାଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ କରାଯିବ ।

Leave A Reply

Your email address will not be published.