ଯାଜପୁର: ଜନ୍ମ ହୋଇଥିବା ଶିଶୁକୁ ଗ୍ରହଣ କଲେନି ପରିବାର ଲୋକେ । ନବଜାତଟି କିନ୍ନର ଭାବେ ଜନ୍ମ ହୋଇଛି। ଡାକ୍ତର ପିଲାର ଲିଙ୍ଗ ବିଷୟରେ କହିବା ପରେ ଘରକୁ ନେବାକୁ ଅମଙ୍ଗ ହୋଇଥିଲେ ପରିବାର ଲୋକେ । ମଙ୍ଗଳବାର ଯାଜପୁର ଟାଉନର ଏକ ନର୍ସିଂହୋମରେ ଶିଶୁଟି ଜନ୍ମ ହୋଇଥିଲା।
ନବଜାତଟି କିନ୍ନର ବୋଲି ଜଣାପଡିବା ପରେ ପରିବାର ଲୋକେ ଚିନ୍ତିତ ହୋଇପଡିଥିଲେ। ଏବଂ ସ୍ୱାମୀ ଓ ଶ୍ୱଶୁର ଘର ଲୋକ ସନ୍ତାନଟିକୁ ପାଳନ କରିବା ଦାୟିତ୍ୱରୁ ଦୂରେଇ ଗଲେ। ପାଖରେ ପିଲାକୁ ରଖିବାକୁ ଚାହୁଁଥିଲେ ମଧ୍ୟ ପରିବାର ଲୋକ ରାଜି ହେଉନଥିବା ଶିଶୁର ମା କହିଛନ୍ତି ।
ତେବେ, ଯାଜପୁର କିନ୍ନର ସଂଘ ଏହି ଖବର ପାଇବା ପରେ ନବଜାତ ଶିଶୁର ମା’କୁ ଭେଟିବା ସହ ସାନ୍ତ୍ୱନା ଦେଇଥିଲେ। ପରେ ଜିଲ୍ଲାପାଳଙ୍କୁ ଭେଟି ପିଲାର ମା’କୁ ସାହାଯ୍ୟ କରିବାକୁ ଦାବି କରିଥିଲେ ।
କିନ୍ନର ସଂଘର ଦାବି ପରେ ଏହି ଘଟଣାର ତଦନ୍ତ ଲାଗି ଶିଶୁ ସୁରକ୍ଷା ୟୁନିଟକୁ ଦାୟିତ୍ୱ ଦିଆଯାଇଛି। ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ନବଜାତ ଶିଶୁର ସୁରକ୍ଷା ସହ ଯତ୍ନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି।
Comments are closed.