Latest Odisha News

BREAKING NEWS

୨୦୨୩ ହକି ବିଶ୍ୱକପ୍ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବାକୁ ଥିବା ୨୦୨୩ ଏଫଆଇଏଚ ପୁରୁଷ ହକି ବିଶ୍ୱକପର ଲୋଗୋକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚନ କରିଛନ୍ତି। ଏହି ପ୍ରତିଯୋଗିତା ଜାନୁଆରୀ ୧୩ରୁ ୨୯ ତାରିଖ ଯାଏ ଖେଳାଯିବ ବୋଲି ସ୍ଥିର ହୋଇଛି।

୨୦୧୮ ପରେ ଦେଶରେ ଲଗାତର ଦ୍ୱିତୀୟ ଥର ପାଇଁ ଏପରି ଟୁର୍ଣ୍ଣାମଣ୍ଟ ଆୟୋଜନ କରିବାକୁ ଯାଉଛି ହକି ଇଣ୍ଡିଆ ଓ ଏହାର ଅଫିସିଆଲ ପାର୍ଟନର ଓଡ଼ିଶା । ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ ହେଉଥିବା ଭୁବନେଶ୍ୱର ଓ ରାଉରକେଲାରେ ଏହି ମ୍ୟାଚର ୧୫ତମ ସଂସ୍କରଣ ଆୟୋଜନ ହେବ। ଏହି ଷ୍ଟାଡିୟମରେ ୨୦ ହଜାର ଲୋକ ଏକାଠି ବସି ଦେଖିପାରିବେ।

ଏଥର ଦୁଇଟି ସ୍ଥାନ ଭୁବନେଶ୍ୱର ଓ ରାଉରକେଲାରେ ଏହି ମ୍ୟାଚ ଆୟୋଜନ ହେବ । ୨୦୧୮ ଏଫଆଇଏଚ ପୁରୁଷ ବିଶ୍ୱକପ୍ ଅନେକ ସ୍ମୃତି ଦେଇଛି ଯାହା ଏ ଯାଏ ଲୋକେ ମନେ ରଖିଛନ୍ତି । ଏବେ ୨୦୨୩ରେ ମଧ୍ୟ ଏଫଆଇଏଚ ହକି ପୁରୁଷ ବିଶ୍ୱକପ ଆହୁରି ରୋମାଞ୍ଚକର ଓ ଅବିସ୍ମରଣୀୟ ରହିବ ହେବ ବୋଲି ଲୋଗୋ ଉନ୍ମୋଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରିନ୍ଦର ବାତ୍ରା କହିଛନ୍ତି, ୨୦୨୩ ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍, ଭୁବନେଶ୍ୱର-ରାଉରକେଲା ପାଇଁ ଏହି ଲୋଗୋର ଉନ୍ମୋଚନ ଏକ ବଡ ସଫଳତା ।

Leave A Reply

Your email address will not be published.