Latest Odisha News

ଜାଲ୍ ସାର୍ଟିଫିକେଟ୍ ବିବାଦ : ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଉପରକୁ ଟମାଟୋ ମାଡ଼

ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଉପରକୁ ଟମାଟୋ ମାଡ଼, ଇସ୍ତଫା ଦାବି କଲା ଛାତ୍ର କଂଗ୍ରେସ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ବାସଭବନ ଉପରକୁ ଟମାଟୋ ମାଡ଼ । ମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ସହ ଇସ୍ତଫା ଦାବି କରିଛନ୍ତି ବିକ୍ଷୋଭକାରୀ।

ବାସଭବନ ଘେରାଉ କରିଛନ୍ତି ଛାତ୍ରକଂଗ୍ରେସ । ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ କଟକଣା ଓ ନକଲି ସାର୍ଟିଫିକେଟରେ ନାମଲେଖା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି  । ସେଲ୍ଫ ଫାଇନାନ୍ସିଂ କୋର୍ସରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବିଶ୍ୱ ବିଦ୍ୟାଳୟର ସମୁଦାୟ ବିଦ୍ୟାର୍ଥୀଙ୍କ ୨୦ ପ୍ରତିଶତରେ ସୀମିତ ରହିବ ।

ତେବେ ଛାତ୍ର କଂଗ୍ରେସର ଯୁକ୍ତି ସରକାରୀ ବିଶ୍ୱ ବିଦ୍ୟାଳୟଗୁଡିକରୁ ସେଲ୍ଫ ଫାଇନାନସିଂ କୋର୍ସ ଉପରେ କଟକଣା ଲଗାଇବା ଦ୍ୱାରା ଗରିବ ମେଧାବୀ ଛାତ୍ରଛାତ୍ରୀ ପ୍ରଫେସନାଲ କୋର୍ସରୁ ବାଦ ପଡିବେ । ଏହାଦ୍ୱାରା ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ସେହି କୋର୍ସ ଲାଗି ଅଧିକ କୋର୍ସ ଫି ନେଇ ଲାଭବାନ୍ ହେବେ ।

ଛାତ୍ର କଂଗ୍ରେସ ଅଭିଯୋଗ କରିଛି ଯେ, ଘରୋଇ ଶିକ୍ଷାନୁଷ୍ଠାନ ସହ ସରକାରଙ୍କ ମଧୁଚନ୍ଦ୍ରିକାର ଏ ହେଉଛି ପ୍ରତିଫଳନ । ସେହିପରି ନକଲି ସାର୍ଟିଫିକେଟ ଘଟଣାରେ ଅନେକ ବିଜେଡି ନେତାଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ ।

Comments are closed.